Categories: ଫୁରସତ

ତାପମାତ୍ରା ବଢିଲେ କୁକୁର କାମୁଡା ବଢେ

ଅଧିକ ତାପମାତ୍ରାରେ କୁକୁରମାନେ ଅଧିକ ରାଗିଯା’ନ୍ତି ବୋଲି ସଦ୍ୟତମ ଗବେଷଣାରୁ ଜାଣିବାକୁ ମିଳିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଶୀତ ଏବଂ ମୌସୁମୀ ତୁଳନାରେ ଗ୍ରୀଷ୍ମ ଋତୁରେ କୁକୁର କାମୁଡ଼ିବା ଘଟଣା ୧୧ପ୍ରତିଶତ ବୃଦ୍ଧି ପାଇଥାଏ।

ସେହିପରି ଗରମ ବଢିଲେ ମଣିଷ ମଧ୍ୟ ପ୍ରଭାବିତ ହୋଇଥାଏ। ପ୍ରତିଟି କଥାରେ ସେମାନେ ବିରକ୍ତ ହୋଇଥା’ନ୍ତି। ଆମେରିକାର ଆରିଜୋନା ରିସର୍ଚ୍ଚ ସେଣ୍ଟର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଜଣାପଡିଛି ଯେ, ଅଧିକ ତାପମାତ୍ରା ଯୋଗୁ ଲୋକମାନେ ରାଗିବା ସହ ପରସ୍ପର ମଧ୍ୟରେ ଝଗଡା କରି’ଥାନ୍ତି। ଆମେରିକାର ଅନ୍ୟ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ତାପମାତ୍ରା ବୃଦ୍ଧି ହିଂସାକୁ ୪ଶତକଡା ଏବଂ ସାମୁହିକ ହିଂସାକୁ ୧୪% ବୃଦ୍ଧି କରିଥାଏ। ସେହିପରି ତାପମାତ୍ରା ବୃଦ୍ଧି ହେତୁ ସ୍ପେନରେ ସଡକ ଦୁର୍ଘଟଣାର ଆଶଙ୍କା ୭.୭% ବୃଦ୍ଧି ପାଇଛି।

ପ୍ରଖର ସୂର୍ଯ୍ୟ କିରଣ କିମ୍ବା ଅତିବାଇଗଣି ରଶ୍ମିର ସ୍ତର ଅଧିକ ଥିବାବେଳେ କୁକୁର କାମୁଡ଼ିବା ଘଟଣା ଅଧିକ ଦେଖାଯାଇଥାଏ। ୨୦୦୯ରୁ ୨୦୧୮ମଧ୍ୟରେ ଆମେରିକାର ୮ଟି ସହରରେ କୁକୁରଙ୍କୁ ନେଇ ଅନୁସନ୍ଧାନ କରାଯାଇଥିଲା। କୁକୁର କାମୁଡିବା ଘଟଣା ପ୍ରାୟ ୬୯,୫୨୫ ଥିଲା। ସେହିପରି ଅନୁସନ୍ଧାନରୁ ଆହୁରି ବି ଜଣାପଡିଛି କି, ତାପମାତ୍ରା ବଢିବା ଯୋଗୁ କେବଳ କୁକୁର କି ମଣିଷ ନୁହଁନ୍ତି ମାଙ୍କଡ ଏବଂ ମୂଷାମାନେ ମଧ୍ୟ ରାଗି ଯା’ନ୍ତି।

Share