Categories: ଫୁରସତ

ଏଠାରେ ଦୀପାବଳିରେ ପୂଜା ହୁଅନ୍ତି କୁକୁର; କାରଣ ଜାଣିଲେ…

ଦେଶଦୁନିଆରେ ଅଜବ ପରମ୍ପରାମାନ ରହିଛି। ସେଥିରୁ କିଛି ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ସେଭଳି ଗୋଟିଏ ହେଲା ଦୀପାବଳିରେ କୁକୁର ପୂଜା। ସାଧାରଣତଃ ଲକ୍ଷ୍ମୀ-ଗଣେଷଙ୍କ ପୂଜା କରିଥାନ୍ତି। ହେଲେ ନେପାଳରେ ଲୋକମାନେ ଦୀପାବଳିରେ କୁକୁରଙ୍କୁ ପୁଜା କରାଯାଏ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ଦୀର୍ଘ ବର୍ଷରୁ ଏହି ପରମ୍ପରା ଚାଲି ଆସୁଛି।

ଭାରତ ସମେତ ଅନେକ ଦେଶରେ ଦୀପାବଳି ପାଳନ କରାଯାଇଥାଏ। ନେପାଳରେ ଏହି ଉତ୍ସବର ଜଡ଼ିତ ପରମ୍ପରା ସାମାନ୍ୟ ଭିନ୍ନ। ପଡ଼ୋଶୀ ଦେଶରେ ଏହାକୁ ‘ତିହାର’ ବୋଲି କୁହାଯାଏ। ଏଠାକାର ଲୋକ କୁକୁର ପୂଜା କରନ୍ତି। ସେମାନଙ୍କୁ ମାଳ ପିନ୍ଧାଇବା ସହ ତିଳକ ଲଗାନ୍ତି। ଭଳିକି ଭଳି ସୁସ୍ବାଦୁ ବ୍ୟଞ୍ଜନ ମଧ୍ୟ ସେମାନେ କରି ଖାଇବାକୁ ଦେଇଥାନ୍ତି।

ଏକଥା ଜାଣିବା ପରେ ମନରେ ପ୍ରଶ୍ନ ଆସୁଥାଇପାରେ, ଲୋକମାନେ କାହିଁକି ‘କୁକୁର ତିହାର’ ପାଳନ କରିଥାନ୍ତି? କାରଣଟି କିଛି ଏଭଳି। ସମସ୍ତେ ଜାଣନ୍ତି କୁକୁରକୁ ଯମଙ୍କ ସନ୍ଦେଶବାହକ ବୋଲି କୁହାଯାଏ। କୁକୁରମାନେ ସବୁବେଳେ ତାଙ୍କ ସହ ରୁହନ୍ତୁ ବୋଲି ଚିନ୍ତା ରଖି ଲୋକମାନେ ସେମାନଙ୍କୁ ପୂଜନ୍ତି। ଏହାଛଡ଼ା ମରିବା ପରେ ମଧ୍ୟ କୁକୁର ନିଜର ମାଲିକକୁ ରକ୍ଷା କରିଥାଏ ବୋଲି ସେମାନଙ୍କ ଧାରଣା ରହିଛି। ସେମାନଙ୍କୁ ପୂଜା କରି ଖୁସି କରିବା ପରେ ସେମାନେ ମାଲିକକୁ ରକ୍ଷା କରିବେ ବୋଲି ମଧ୍ୟ କୁହାଯାଏ।

Share