Categories: ଫୁରସତ

କୁକୁର କଲେ କୋଙ୍ଗା ନୃତ୍ୟ

କୋଙ୍ଗା ଏକ ଲାଟିନ ଆମେରିକୀୟ ନୃତ୍ୟ। ଯେଉଁଥିରେ ଏକାଧିକ ବ୍ୟକ୍ତି ପ୍ରତ୍ୟେକଙ୍କ ପଛଭାଗକୁ ଧରି ଏକ ଲମ୍ବା ଲାଇନ୍‌ କରି ନୃତ୍ୟ କରନ୍ତି। ହେଲେ ଜର୍ମାନୀର ଓଲ୍ଫଗେଙ୍ଗ ଲାଉନବର୍ଗର ନାମକ ଜଣେ ବ୍ୟକ୍ତି ନିଜର ୧୪ଟି କୁକୁରକୁ କୋଙ୍ଗା ନୃତ୍ୟ ଶିଖାଇଛନ୍ତି। କେବଳ ସେତିକି ନୁହେଁ ଏହି କୁକୁରମାନେ ଉକ୍ତ ନୃତ୍ୟ କରି ଗିନିଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ମଧ୍ୟ ପାଇଛନ୍ତି। ଲାଉନ୍‌ବର୍ଗର ତାଙ୍କ ୧୪ଟି କୁକୁର ଏମା, ଫିଲୋ, ଫିନ୍‌, ସାଇମନ, ସୁସି, ମାୟା, ଉଲ୍ଫ, ସ୍ପେକ, ବିବି, କେଟି, ଜେନିଫର, ଏଲ୍‌୍‌ଭିସ୍‌, ଚାର୍ଲି, ଓ କେଥିକୁ ପଛକୁ ପଛ ଧରି ଠିଆ ହେବାର ତାଲିମ ଦେଇଥିଲେ। ପରେ ୨୦୨୦ରେ ସେ ନିଜ କୁକୁରଗୁଡିକୁ କୋଙ୍ଗା ଲାଇନ୍‌ରେ ଠିଆ କରାଇ ନୃତ୍ୟ କରାଇ ରେକର୍ଡ କରାଇବାରେ ସଫଳ ହେଲେ। ଏହାର ଭିଡିଓ ଯେତେବେଳେ ସୋସିଆଲ ମିଡିଆରେ ପୋଷ୍ଟ କରାଗଲା କୁକୁରମାନଙ୍କର ଏଭଳି ନୃତ୍ୟକୁ ଲୋକେ ବେଶ୍‌ ପସନ୍ଦ କରିଥିଲେ।

Share