Categories: ଜାତୀୟ

କୁକୁର ନେଲା କରୋନା ଟିକା

ଗୋରଖପୁର,୧୩।୧: ଆଉ ମାତ୍ର ଦୁଇ ଦିନ ପରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। କିନ୍ତୁ ଏହାପୂର୍ବରୁ ଉତ୍ତର ପ୍ରଦେଶର ଗୋରଖପୁର ଜିଲାର ପ୍ରାଣୀ ଚିକିତ୍ସକମାନେ ଇତିହାସ ରଚିଛନ୍ତି। ସେମାନେ ୧୦ ହଜାରରୁ ଅଧିକ ଘରୋଇ କୁକୁରଙ୍କୁ କରୋନା ଟିକା ଦେଇଛନ୍ତି। ସାରା ଦେଶରେ କରୋନା ସଂକ୍ରମଣ ମଧ୍ୟରେ କୁକୁରର ମାଲିକମାନେ ଚିନ୍ତିତ ଥିଲେ। ସେମାନେ ଭୟ କରୁଥିଲେ କୁକୁର ମଧ୍ୟ ଏହି ସଂକ୍ରମଣର ଶିକାର ହୋଇପାରେ। ପରେ ଜଣାପଡିଲା ଯେ, କୁକୁରମାନଙ୍କୁ ମଧ୍ୟ କରୋନା ଟିକା ଦିଆଯାଇପାରିବ। ସେବେଠାରୁ ହଠାତ୍‌ କୁକୁରଙ୍କ ପାଇଁ କରୋନା ଟିକା ଚାହିଦା ବଢିଗଲା। ଅବଶ୍ୟ କୁକୁରମାନଙ୍କୁ ଦିଆଯାଉଥିବା କରୋନା ଟିକା ସହ ଘଟୁଥିବା କରୋନା ସହ କୋଭିଡ-୧୯ ସହିତ କୌଣସି ସମ୍ପର୍କ ନାହିଁ ।ଏହା ସତ୍ତ୍ୱେ ଲୋକମାନେ କୁକୁରଙ୍କୁ ଟିକା ଦେବା ପାଇଁ ନେଇ ଯାଉଛନ୍ତି। ଲୋକଙ୍କ ଭୟ ରହିଛି କୁକୁରଙ୍କୁ ମଧ୍ୟ କରୋନା ହୋଇପାରେ। ପଶୁ ଅଭୟାରଣ୍ୟର ଡା. ସଞ୍ଜୟ କହିଛନ୍ତି ଯେ କୁକୁରମାନଙ୍କୁ ହେଉଥିବା କରୋନା ଆଦୌ ବିପଦଜନକ ନୁହେଁ। ଏହି ଭୂତାଣୁର ପ୍ରଭାବ ମଧ୍ୟ ବହୁତ କମ ଅଟେ । ଏହା କୁକୁରମାନଙ୍କର ମଧ୍ୟ କୌଣସି କ୍ଷତି କରେ ନାହିଁ । କିନ୍ତୁ ଭୟ ଯୋଗୁ ଲୋକମାନେ ଟିକାକରଣ କରୁଛନ୍ତି ।

Share