Categories: ଜାତୀୟ

ସାବଧାନ! ଏଣିକି ଘରେ କୁକୁର ରଖିଲେ କରିବାକୁ ପଡ଼ିବ ଲାଇସେନ୍ସ, ଜାଣନ୍ତୁ ଏ ବାବଦରେ କେତେ ଅର୍ଥ ଦେବାକୁ ପଡ଼ିବ

ଡେରାଡୁନ,୨୪ା୧୦: ଏଣିକି ଘରେ କୁକୁର ରଖିବାକୁ ହେଲେ ଲାଇସେନ୍ସ କରିବାକୁ ପଡ଼ିବ। ଯଦି ଆପଣଙ୍କ ଘରେ କୁକୁର ଅଛି ଆଉ ଆପଣ ଏଥିପାଇଁ ଲାଇସେନ୍ସ କରିନାହାନ୍ତି ଏଥିପାଇଁ ଆପଣଙ୍କୁ ଜରିମାନା ପଡ଼ିପାରେ।

ଉତ୍ତରାଖଣ୍ଡର ଡେରାଡୁନ ମହାନଗର ନିଗମ ପକ୍ଷରୁ ଏପରି ନିୟମ ଲାଗୁ କରାଯାଇଛି। ଏଣିକି ଡେରାଡୁନରେ ଯେଉଁ ବ୍ୟକ୍ତି ଘରେ ପୋଷା କୁକୁର ପାଳିବେ। ତାଙ୍କୁ ଏଥିପାଇଁ ଲାଇସେନ୍ସ କରିବାକୁ ପଡ଼ିବ। ନଚେତ୍‌ ଜରିମାନା ଦେବାକୁ ପଡ଼ିବ।

ଏହି ନିୟମ କାର୍ଯ୍ୟକାରୀ କରିବା ପାଇଁ ନଭେମ୍ବର ପ୍ରଥମ ସପ୍ତାହରୁ ମହାନଗର ନିଗମ ପକ୍ଷରୁ ଘର ଘର ବୁଲି ପୋଷା କୁକୁର ଗଣନା କରାଯିବ। ଯଦି କୁକୁର ପାଳିଥିବା ଲୋକଙ୍କ ନିକଟରେ ଲାଇସେନ୍ସ ନ ଥିବ ତେବେ ତାଙ୍କଠାରୁ ଦୈନିକ ୫୦ ଟଙ୍କା ଜରିମାନା ଆଦାୟ କରାଯିବ।

ଘରେ କୁକୁର ପାଳିବାକୁ ହେଲେ ଡେରାଡୁନବାସୀଙ୍କୁ ପ୍ରଥମେ ୨୦୦ ଟଙ୍କା ଫି’ ଦେଇ ଲାଇସେନ୍ସ କରିବାକୁ ପଡ଼ିବ। ଖାଲି ଏତିକି ନୁହେଁ ଯଦି, ମାଲିକଙ୍କ କୁକୁର କାହାକୁ କାମୁଡ଼େ ସେଥିପାଇଁ ମଧ୍ୟ ଜରିମାନା ଦେବାକୁ ପଡ଼ିବ।

Share