କୁକୁରର କାନ ସମସ୍ତେ ଦେଖିଥିବେ ମାତ୍ର ଏକ କୁକୁରର କାନର ଲମ୍ବ ଜାଣିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କାରଣ ଏହି କୁକୁର କାନର ଲମ୍ବ ୧୨.୩୮ ଇଞ୍ଚ। ଯେଉଁଥିପାଇଁ ଗିନିଜ୍ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡରେ କୁକୁରଟି ସ୍ଥାନ ପାଇଛି।
ଗିନିଜ୍ ଓ୍ବାଲର୍ଡ ରେକର୍ଡର ଅଧିକାରୀ କହିଛନ୍ତି, ୩ ବର୍ଷୀୟ କୁକୁର ଲୁ’ର କାନ ବହୁତ ଲମ୍ବା। ଯାହା ଅନ୍ୟ କୁକୁରମାନଙ୍କଠାରୁ ଢେର୍ ଅଧିକ। ଏହି କୁକୁରର ମାଲିକ କୁହନ୍ତି, ମୁଁ ଜାଣିଥିଲି ଲୁ’ର କାନ ଅସାଧାରଣ ଭାବେ ବଢୁଥିଲା। କରୋନା ମହାମାରୀ ସମୟରେ ସେ ଘରେ ଥିବା ବେଳେ ଥରେ କୁକୁରର କାନକୁ ମାପିଥିଲେ। ଏହା ପରେ ତାର ଲମ୍ବ ଜଣାପଡ଼ିଥିଲା। ଏଥିପାଇଁ ସେ ଜଣେ ପ୍ରାଣୀ ଚିକିତ୍ସକଙ୍କୁ ଡାକିଥିଲେ। ସେ ଲୁ’କୁ ଦେଖିବା ପରେ କହିଥିଲେ, ଏହା ବହୁତ ସୁନ୍ଦର କୁକୁର। ଏହି ଓରିଗନ ପ୍ରଜାତିର ମାଈ କୁକୁରଙ୍କ କାନ ଅନ୍ୟ କୁକୁରମାନଙ୍କ ଅପେକ୍ଷା ଲମ୍ବା ହୁଏ। ସେ କହିଛନ୍ତି, କୁକୁର କାନ ଯୋଗୁ ତା’ର କୌଣସି ସ୍ବାସ୍ଥ୍ୟଗତ ସମମ୍ୟା ଦେଖାଦେବ ନାହିଁ କି କୌଣସି ସମସ୍ୟା ଉପୁଜିବ ନାହିଁ।