Categories: ଫୁରସତ

ବତକ ପଛରେ ଧାଉଁଛି କୁକୁର: ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କୁକୁର ଓ ବତକକୁ ଦେଖିବାକୁ ମିଳୁଛି। ଭିଡିଓ ଦେଖିଲେ ଏପରି ଲାଗିବ ଯେପରି ଦୁହେଁ ଦୁହିଁଙ୍କୁ ଖୁବ୍‌ ସ୍ନେହ କରୁଛନ୍ତି। ପରେ ଜଣଙ୍କ ପଛରେ ଜଣେ ଧାଉଁଥିବା ଦେଖାଯାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 

Share