Categories: ଫୁରସତ

କୁକୁରର ବଡ଼ିଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ: ନିଜେ ଗଲେ ଜିମ୍‌

ସୋସିଆଲ ମିଡିଆରେ ଅନେକ ସମୟରେ ମଜାଳିଆ ଭିଡିଓ ଦେଖିବାକୁ ମିଳିଥାଏ। ଏବେ ଏକ କୁକୁରର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହାର ଫଟୋ ଲାସିଜ୍‌-୧୧ ନାମକ ଜଣେ ୟୁଜର ଶେୟାର କରିଛନ୍ତି। ଫଟୋଟି ଦେଖିଲେ ଆପଣ ମଧ୍ୟ ଦ୍ୱନ୍ଦରେ ପଡ଼ିଯିବେ। କାରଣ କୁକୁରର ଫଟୋ ଦେଖିଲେ ଲାଗିବ ସେ ଗୋଟେ ବଡ଼ିବିଲ୍ଡର। ଲାସିଜ୍‌-୧୧ ଫଟୋଟିକୁ ଶେୟାରକରି ଲେଖିଛନ୍ତି, ମୁଁ ଖାଲି ବସିଥିବା ସମୟରେ ମୋ’ କୁକୁରର ଏକ ଫଟୋ ଉଠାଇ ଦେଇଥିଲି। ମାତ୍ର ଫଟୋରେ ସେ ଜଣେ ମଣିଷ ପରି ଦେଖାଯାଇଛି। ଯାହାର କାନ୍ଧ ଜଣେ ବଡିବିଲ୍ଡର ପରି। ଏହି ଫଟୋଟି ଶେୟାର ହେବାର ଖୁବ୍‌ କମ୍‌ ସମୟ ମଧ୍ୟରେ ଏହାକୁ ୭ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପସନ୍ଦ କରିସାରିଛନ୍ତି। କୁକୁରର ଏହି ଫଟୋଟିକୁ ଦେଖିବା ପରେ ଲୋକେମାନେ ତା’ପରି ବଡ଼ି ବନାଇବା ପାଇଁ ଜିମ୍‌ ଯିବାକୁ ଆଗ୍ରହ କରୁଛନ୍ତି।

Share