ଇଣ୍ଟରଭ୍ୟୁ ଦେବେ କୁକୁର: ମିଳିବ ୧୫ ଲକ୍ଷ ଟଙ୍କାର ଅଫିସର ଚାକିରୀ…

ଓ୍ବାଶିଂଟନ,୧୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଲକ୍‌ଡାଉନ୍‌ ଏବଂ ଶର୍ଟଡାଉନ୍‌ ଘୋଷଣା ଦ୍ୱାରା ସାରା ପୃଥିବୀର ଅର୍ଥବ୍ୟବସ୍ଥା ଭାଙ୍ଗି ପଡ଼ିଛି। ବହୁ ଲୋକ ନିଯୁକ୍ତି ହରାଇ ବେକାର ବସିଛନ୍ତି। ଏପରିସ୍ଥଳେ ଆମେରିକାର ବୁଶ୍‌ ବିୟର କମ୍ପାନୀ ମଣିଷଙ୍କ ପାଇଁ ନୁହେଁ ବରଂ କୁକୁରଙ୍କ ଲାଗି ଚାକିରୀ ନିମନ୍ତେ ବିଜ୍ଞପ୍ତି ଜାରି କରିଛି। କମ୍ପାନୀରେ ମୁଖ୍ୟ ଟେଷ୍ଟିଂ ପଦବୀ ପାଇଁ ନିଯୁକ୍ତି ସୂଚନା ପ୍ରକାଶ ପାଇଛି। ଏହି ପଦବୀରେ କେବଳ କୁକୁରଙ୍କୁ ନିଯୁକ୍ତି ମିଳିବ। ଏଥିପାଇଁ ମାସିକ ଦରମା ୧୫ ଲକ୍ଷ ଟଙ୍କା। ଦରମା ନିଯୁକ୍ତି ପାଇଥିବା କୁକୁର ମାଲିକଙ୍କୁ ପ୍ରଦାନ କରାଯିବ। ଏନେଇ କମ୍ପାନୀ ପକ୍ଷରୁ ଇଣ୍ଟରଭ୍ୟୁ ଆୟୋଜନ କରାଯିବ। ଏନେଇ କମ୍ପାନୀର ମାଲିକ ୪୬ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିଛନ୍ତି। ଏହି ଚାକିରୀ ପାଇଁ ଆବେଦନର ଅନ୍ତିମ ତାରିଖ ୨୮ ଏପ୍ରିଲ୍‌ ରହିଛି। କମ୍ପାନୀ ପକ୍ଷରୁ ଅପଲୋଡ୍‌ ହୋଇଥିବା ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। କମ୍ପାନୀ ପାଖରେ ଏବେ ବ୍ରିୟୁ ନାମକ କୁକୁର ଏହି ପଦବୀରେ କାର୍ଯ୍ୟ କରୁଛନ୍ତି। ଭିଡ଼ିଓରେ ବ୍ରିୟୁର ଇଣ୍ଟରଭ୍ୟୁ ଦେଖିବାକୁ ମିଳୁଛି।

Share