ପୋଲିସ ବେଶରେ କରୁଥିଲେ ଡକାୟତି

ଭବାନୀପାଟଣା,୩୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସ ଏକ ୧୩ଜଣିଆ ଆନ୍ତଃଜିଲା ଡକାୟତି ଗ୍ୟାଙ୍ଗଙ୍କୁ ଧରିଛି। ୧୩ ଡକାୟତଙ୍କ ମଧ୍ୟରୁ ୧୦ଜଣ କଳାହାଣ୍ଡି ଓ ୩ଜଣ ବଲାଙ୍ଗୀର ଜିଲାର ବୋଲି ଜଣାପଡିଛି। ସେମାନେ ହେଲେ ବଲାଙ୍ଗୀର ଜିଲା ସଇଁତଲା ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ରାଜକିଶୋର ନାଗ, କନ୍ଧଉଲବା ଗ୍ରାମର ବିନୟ କୁମାର ସେଠ, ଚାରଭଟା ଗ୍ରାମର ବବଲୁ ରଣା, କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ ଗୋଶାଲପଡାର ଜନ୍ନେଲା ହେମନ୍ତ କୁମାର, ଇରିଗେସନ କଲୋନୀର ମାନସ ବିଶି, କରନପିଟାର ମହେନ୍ଦ୍ର ମହତ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ନୁଆଗଁାର ସୁଶାନ୍ତ ନାଏକ, ରବିନ୍ଦ୍ର ନାଏକ, ସୁଦାମ ନାଏକ, ଶାନ୍ତ ନାଏକ, ସୁଜିତ ବାଗ, ଉମାଶଙ୍କର ତାଣ୍ଡି, କ୍ଷିତିଶ ନାଏକ। ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ପୋଲିସ ପୋଷାକ ବ୍ୟବହାର କରି ଅନେକ ସୁନା ବ୍ୟବସାୟୀଙ୍କ ସମେତ ଲୋକଙ୍କୁ କମ୍‌ ଦରରେ ସୁନା ବିକ୍ରି କରିବା ପାଇଁ ତାଙ୍କୁ ଡାକି ଘଟଣା ସ୍ଥଳରେ ଲୁଣ୍ଠନ କରୁଥିଲେ। ଡକାୟତ ଗ୍ୟାଙ୍ଗଠାରୁ ନଗଦ ୫ଲକ୍ଷ ୭୪ ହଜା ୫ଶହ ଟଙ୍କା ଜବତ କରାଯାଇଥିବାବେଳେ ଡକାୟତି ବେଳେ ବ୍ୟବହାର କରାଯାଉଥିବା ଏକ ବୁଲେଟ, ଅସଲି ସୁନା ଚାରି ଖଣ୍ଡ, ପ୍ରାୟ ୨ଶହ ଗ୍ରାମ ନକଳି ସୁନା, ହନୁମାନ ପଇସା,୯ଟି ରୂପା ମୁଦ୍ରା, ପୋଲିସ ୟୁନିଫର୍ମ, ୧୪ ମୋବାଇଲ ସହ ଏକ ମାରଣାସ୍ତ୍ର ଜବତ କରିଛି ପୋଲିସ। ଗୁରୁବାର ଅପରାହ୍ନରେ କଳାହାଣ୍ଡି ପୋଲିସ ପକ୍ଷରୁ ଭବାନୀପାଟଣାସ୍ଥିତ ଏସ୍‌ପି କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ଅଭିଳାସ ଜି। ପ୍ରକାଶ ଯେ, ଗତ ୧୬ ତାରିଖରେ ଉପରୋକ୍ତ ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ରାଜ କିଶୋର ନାଗ ବଲାଙ୍ଗୀର ଜିଲା ସଇଁତଳା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ କମ୍‌ ଦରରେ ସୁନା ଯୋଗାଇ ଦେବା କହିବା ସହ ଅଧା କିଲୋ ସୁନାକୁ ତାଙ୍କୁ ୧୩ ଲକ୍ଷ ଟଙ୍କାରେ ଦେବା କହି ଭବାନୀପାଟଣା ରେଳ ଷ୍ଟେଷନ ନିକଟକୁ ଡାକିଥିଲେ। ବ୍ୟକ୍ତି ଜଣକ ଟଙ୍କା ନେଇ ଘଟଣାସ୍ଥଳକୁ ଆସିବା ପରେ ପୂର୍ବରୁ ଯୋଜନା ଅନୁଯାୟୀ ଡକାୟତି ଗ୍ୟାଙ୍ଗ ୧୩ ଲକ୍ଷ ଟଙ୍କା ଝାମ୍ପି ନେଇ ଫେରାର ହୋଇଥିଲେ। ଏହି ଘଟଣା ନେଇ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏ ନେଇ ବ୍ୟକ୍ତି ଜଣକ ସ୍ଥାନୀୟ ସଦର ଥାନାରେ ଅଭିଯୋଗ କରିଥିଲେ। ସଦର ପୋଲିସ ଏକ ମାମଲା (ନଂ .୨୧୦/୨୩) ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଅନେକଗୁଡିଏ ତଥ୍ୟ ଓ ପ୍ରମାଣ ପୋଲିସ ହାତରେ ଲାଗିଥିଲା। ପରେ ଏହି ଆନ୍ତଃ ଜିଲା ଡକାୟତ ଗ୍ୟାଙ୍ଗକୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ କରିଥିଲା କଳାହାଣ୍ଡି ପୋଲିସ। ଗୁରୁବାର ସମସ୍ତ ଅଭିଯୁକ୍ତଙ୍କୁ ବଲାଙ୍ଗୀର ଜିଲାରୁ ଧରିଥିଲା ପୋଲିସ। ଏହି ଡକାୟତ ଗ୍ୟାଙ୍ଗ କେବଳ ଉପରୋକ୍ତ ଲୋକଙ୍କୁ ନୁହେଁ ବଂର ଏମାନେ ନକଲି ସୁନା କାରବାର କରୁଥିବାବେଳେ ଅନେକ ସମୟରେ ପୋଲିସ ଓ ସିଆରପିଏଫ୍‌ ପୋଷାକ ପିନ୍ଧି କମ୍‌ ଦରରେ ସୁନା ଯୋଗାଇ ଦେବା କହି ଗ୍ରାମାଞ୍ଚଳର ସୁନା ବ୍ୟବସାୟୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଫୋନ୍‌ ରେ ବିଭିନ୍ନ ସ୍ଥାନକୁ ଡାକି ଲୁଟପାଟ କରି ଚମ୍ପଟ ମାରୁଥିଲେ। ପୋଲିସ ପୋଷାକ ବ୍ୟବହାର କରୁଥିବାରୁ ଲୋକମାନେ ପୋଲିସ ନିକଟରେ ଅଭିଯୋଗ କରିବାକୁ ମଧ୍ୟ ଭୟ କରୁଥିଲେ। ଅନ୍ୟପକ୍ଷରେ ଏଭଳି ଘଟଣା ଯଦି କୌଣସି ବ୍ୟକ୍ତିଙ୍କ ସହ ହୋଇଥିଲେ ତୁରନ୍ତ ପୋଲିସକୁ ଜଣାଇବାକୁ ଏସ୍‌ପି କହିଛନ୍ତି। ସେହିପରି କୌଣସି ସୁନା ବ୍ୟବସାୟୀ ସୁନା କିଣୁଛନ୍ତି ତେବେ ଠିକ ଲୋକଙ୍କଠାରୁ ଜିଏସଟି ବିଲ ସହିତ କିଣିବାକୁ ମଧ୍ୟ ଏସ୍‌ପି ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri