ଏହି ୩ କାମ କରୁଥିଲେ ହୋଇଯିବେ ବର୍‌ବାଦ; ଜାଣନ୍ତୁ…

ସକରାତ୍ମକ ଚିନ୍ତାଧାରା ସହିତ ଜୀବନ ବିତାଉଥିବା ବ୍ୟକ୍ତି ସର୍ବଦା ସଫଳତା ପାଇଥାଏ। ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ କୌଣସି ପରିସ୍ଥିତିରେ ହାର ମାନି ନ ଥିଲେ। ସେ ତାଙ୍କ ଜୀବନରେ ସକରାତ୍ମକ ଚିନ୍ତାଧାରା ସହିତ ଆଗକୁ ବଢିଥିଲେ। ତାଙ୍କର ନୀତି ଆଧାରରେ ସେ ଏକ ଛୋଟ ବାଳକ ଚନ୍ଦ୍ରଗୁପ୍ତଙ୍କୁ ଅଭିବକ୍ତ ଭାରତର ସମ୍ରାଟ କରିଥିଲେ। ତେଣୁ ତାଙ୍କର ନୀତି ମାନବ ଜାତି ପାଇଁ ସହାୟକ ହୋଇଥାଏ। ଚାଣକ୍ୟ ତାଙ୍କ ନୀତିରେ ଏପରି କିଛି ଅଭ୍ୟାସ ବିଷୟରେ ବର୍ଣ୍ଣନା କରିଛନ୍ତି ଯାହାକୁ ମଣିଷ ସବୁଦିନ ପାଇଁ ତ୍ୟାଗ କରିବା ଉଚିତ। ଯଦି ଏହି ଅଭ୍ୟାସ ମନୁଷ୍ୟ ତ୍ୟାଗ କରେ ନାହିଁ ତେବେ ଜୀବନ ତାର ବର୍‌ବାଦ ହୋଇଥାଏ। ଆସନ୍ତୁ ଜାଣିବା ଏହି ୩ କାର୍ଯ୍ୟ ବିଷୟରେ…

ଅର୍ଥର ଅପବ୍ୟବହାର- ଯେଉଁମାନେ ନିଜ ଟଙ୍କା ପାଇଁ ଗର୍ବିତ ଏବଂ ସେମାନେ ଏହାକୁ ଅନ୍ୟର କ୍ଷତି କରିବା ପାଇଁ ବ୍ୟବହାର କରନ୍ତି, ଏପରି ଲୋକମାନେ ଜୀବନରେ କଦାପି ସଫଳତା ପାଇପାରନ୍ତି ନାହିଁ।

ମନ୍ଦ- ସମାଜରେ ଅନ୍ୟ ଲୋକଙ୍କ ମନ୍ଦ କରିବାର ଅଭ୍ୟାସ ଭୁଲ ବୋଲି ବିବେଚନା କରାଯାଇଛି। ଚାଣକ୍ୟ ମଧ୍ୟ ଏହି ଅଭ୍ୟାସକୁ ସବୁଠାରୁ ଖରାପ ଅଭ୍ୟାସ ବୋଲି ବିବେଚନା କରିଛନ୍ତି। ଚାଣକ୍ୟ କହିଛନ୍ତି, ଜଣେ ବ୍ୟକ୍ତି ଅନ୍ୟର କ୍ଷତି କରିବା ଉଚିତ ନୁହେଁ। ଏପରି ଲୋକମାନେ ସ୍ବାର୍ଥପର ଏବଂ କାହା ବିଷୟରେ ଭାବନ୍ତି ନାହିଁ।

ମିଛ- ଯେଉଁମାନେ ମିଥ୍ୟା ଉପାୟରେ ଅର୍ଥ ଉପାର୍ଜନ କରିଥାନ୍ତି ସେମାନେ କଦାପି ଖୁସିରେ ରହିପାରିବେ ନାହିଁ। ଯେଉଁମାନେ ମିଥ୍ୟା କୁହନ୍ତି ସେମାନେ ସାମାଜରେ କଦାପି ସମ୍ମାନ ପାଆନ୍ତି ନାହିଁ।