ଖଲ୍ଲିକୋଟ,୧୮।୩(ଡି.ଏନ୍,ଏ.):ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ଦୋଳ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ଏହି ଅବସରରେ ସକଳେଶ୍ୱର ମହାଦେବଙ୍କ ବିଜେ ପ୍ରତିମା ଚନ୍ଦ୍ରଶେଖର ଠାକୁର ବୃଷଭ ବାହାନରେ ସାହି ପରିକ୍ରମା କରିଥିଲେ। ଉତ୍ସବରେ ରାଜଅଗ୍ନୀ ସଂଯୋଗ ପରେ ଶକଳେଶ୍ୱର ମନ୍ଦିର ବେଢାରେ ଥିବା ଦୋଳ ମଣ୍ଡପକୁ ପ୍ରଭୁ ଚନ୍ଦ୍ରଶେଖରଙ୍କ ପ୍ରତିମା ବିଜେ କରାଯାଇଥିଲା। ଏହାକୁ ଦେଖିବା ପାଇଁ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।