Categories: କୋରାପୁଟ

ଦାମନଯୋଡିରେ ଦୋଳଉତ୍ସବ ଆରମ୍ଭ

ଦାମନଯୋଡି,୧୪ା୩(ଡି.ଏନ.ଏ.): ରବିବାର ପବିତ୍ର ଫଗୁ ଦଶମୀଠାରୁ ଶ୍ରୀ ରାଧାମାଧବଙ୍କ ଚାଚେରୀ ଯାତ୍ରା ଆରମ୍ଭ ହୋଇଛି। ସନ୍ଧ୍ୟାରେ ସେକ୍ଟର -୧ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଶ୍ରୀ ରାଧାମାଧବଙ୍କୁ ଏକ ସୁସଜ୍ଜିତ ବିମାନରେ ନଗର ପରିକ୍ରମାରେ ନିଆଯାଇଥିଲା। ପ୍ରଥମ ଦିବସରେ ଶ୍ରୀଜୀଉ ସେକ୍ଟର-୨ ପରିକ୍ରମା କରିଥିଲେ। ଶ୍ରଦ୍ଧାଳୁମାନେ ନିଜ ନିଜ ଘର ପ୍ରାଙ୍ଗଣକୁ ଲିପାପୋଛା କରି ମହାପ୍ରଭୁଙ୍କୁ ଧୂପ, ଦୀପ ଓ ନୈବେଦ୍ୟରେ ପୂଜାର୍ଚ୍ଚନା କରିଥିଲେ। ପୂଜକ ଅଜୟ ପଣ୍ଡା,ବିଜୟ ପଣ୍ଡା,ନୀଳାଞ୍ଚଳ ମହାପାତ୍ର ଓ ପ୍ରଭାତ ରଥ ପୂଜାକାର୍ଯ୍ୟ କରିଥିଲେ। ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ବ୍ରଜକିଶୋର ଦାଶ, ସୁକାନ୍ତ ଦାସ,ଉପେନ୍ଦ୍ର ପାତ୍ର, ଅଚ୍ୟୁତ ପ୍ରଧାନ, ଶିଶିର ପରିଡା,ସୁଶାନ୍ତ ଦାଶ,ଖଗେଶ୍ୱର ପାତ୍ର,ଖଦାଳ ନାୟକ,ତ୍ରିଲୋଚନ ଚୌଧୁରୀ,ରବୀନ୍ଦ୍ର ନାଥ ମୁଦୁଲି, ସଞ୍ଜୟ ସାହୁଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ। ଗୌଡ଼ଗୁଡା ଗ୍ରାମରୁ ସଦନ ଗୌଡ଼ଙ୍କ ନେତୃତ୍ୱରେ ଆସିଥିବା ଗୋପାଳଭାଇ ବିମାନସେବା କରିଥିଲେ। ସୋମବାର ସେକ୍ଟର-୩, ମଙ୍ଗଳବାର ଅଁଳାବାଡି କଲୋନୀ, ବୁଧବାର ଭେଜାପୁଟ ଓ ସତ୍‌ସଙ୍ଗ ଅଞ୍ଚଳ, ଗୁରୁବାର ସେକ୍ଟର-୧ ଅଞ୍ଚଳ ପରିକ୍ରମା କାର୍ଯ୍ୟକ୍ରମ ରହିଛି। ସେହିପରି ମାଥାଲପୁଟସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିରରୁ ମଧ୍ୟ ଶ୍ରୀ ରାଧାମାଧବଙ୍କୁ ବିମାନରେ ନେଇ ନଗର ପରିକ୍ରମା କରାଯାଇଛି। ପୂଜକ ପ୍ରଣୟ ଦେବତ୍ତା ଓ ପ୍ରତାପ ପଣ୍ଡା ପୂଜାନୀତି ସମ୍ପନ୍ନ କରିଥିଲେ। ମନ୍ଦିର କମିଟି କର୍ମକର୍ତ୍ତା କାଳିଚରଣ ପାଟ୍ଟଯୋଶୀ, ଆକୁଳ ଜେନା, ପଞ୍ଚାନନ ପାତ୍ର, ହରିବନ୍ଧୁ ବିଶ୍ୱାଳ ଓ ଶୂନ୍ୟବାସୀ ବିଶ୍ୱାଳ ପରିଚାଳନା କରିଥିଲେ।