ପାଟଣା,୧୪ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ଶୁକ୍ରବାର ରାଧା କୃଷ୍ଣଙ୍କ ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବ ସମ୍ପନ୍ନ ହୋଇଛି। ଏହି ବ୍ଲକ ବଡ଼ ପାଟଣା ପଞ୍ଚାୟତ ସ୍ବାମବିରଜୟ ଗୋବିନ୍ଦପୁର ଶାସନ, ଦୁର୍ଗାଦେଇପୁର, କାମେଶ୍ୱର ପୁର ,ଶିବ ନାରାୟଣ ପୁର ଶାସନ ଓ କପୁଣ୍ଡି ଗ୍ରାମର ଦୋଳ ଗୋବିନ୍ଦ ଠାକୁର ପାରମ୍ପରିକ ରୀତିରେ ଗୁରୁବାର ରାତିରୁ ବିମାନରେ ବସି ୪ ଶାସନ ସହ କପୁଣ୍ଡି ଗ୍ରାମ ପରି ଭ୍ରମଣ କରି ପୂଜା ପାଇବା ସହ ଭୋଗ ଲାଗି ହୋଇଛନ୍ତି। ଭକ୍ତିମୟ ପରି ବେଶରେ ଶୁକ୍ରବାର ପୂର୍ଣ୍ଣିମା ସକାଳୁ ସ୍ବାମଶାସନ ମେଲଣ ପଡ଼ିଆରେ ଠାକୁରଙ୍କ ଯଥା ରୀତିର ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ପୂଜକ ଭାବେ ପଣ୍ଡିତ ଜଗବନ୍ଧୁ ଦାଶ ଦେବ ନୀତି ସମ୍ପନ୍ନ କରିଥିବା ବେଳେ ଦୋଳ ଉତ୍ସବକୁ ସ୍ବାମ ଶାସନ ଗ୍ରାମ ନମିନ ସନ୍ତୋଷ କୁମାର ତ୍ରିପାଠୀ ଓ ତ୍ରିଦିବେଶ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭାଗୀରଥି ଦାଶ, ଗୌରୀ ରଞ୍ଜନ ମିଶ୍ର, ଶଶିଭୂଷଣ ପତି କପୁଣ୍ଡିରେ ଯାଦବ ସଂଘ ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ରାହସ ବିହାରୀ ପୃଷ୍ଟି, କିଶୋର ଚନ୍ଦ୍ର ପୃଷ୍ଟି, ନୁଖୁରୁ ପୃଷ୍ଟି, ଶିବନାରାୟଣ ପୁର ତାପସ ମିଶ୍ର, ସୌମ୍ୟ ରଞ୍ଜନ ଦାଶ, ସୁବ୍ରତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦେବ ନୀତି ସମ୍ପନ୍ନ ହୋଇଥିଲା।