ସବୁ ପୁରୁଷ ଚାହାନ୍ତି ଜୀବନସାଥୀ ଗୁଣବତୀ ହେବା ସହ ମନକୁ ବୁଝିବା ଭଳି ହୋଇଥିବା ଜରୁରୀ। କାମରୁ ଫେରିଲେ ସ୍ନେହରେ ଗଣ୍ଡେ ବାଢି ଦେଉଥିବ। ଦେହ ଖରାପ ହେଲେ ସେବା କରୁଥିବ। ସ୍ନେହର ପଣତରେ ବାନ୍ଧି ରଖୁଥିବ। ଏସବୁ ବାଦ୍ ସେ ସୁନ୍ଦରୀ ହୋଇଥିଲେ ତ ଜୀବନ କଟିଯିବ ବେଶ୍ ଖୁସିରେ। ତେବେ କାଜିକସ୍ତାନର ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ଦେଖିବାକୁ ଖୁବ୍ ସୁନ୍ଦର। ହେଲେ ନା ସେ ରୋଷେଇ କରିପାରିବ ନା ସେବା କରିପାରିବ। କାରଣ ବ୍ୟକ୍ତିଙ୍କ ସ୍ତ୍ରୀ ହେଉଛନ୍ତି ଏକ ନିର୍ଜୀବ କଣ୍ଢେଇ। କଥାଟି ବିଶ୍ୱାସ ନ ହେଲେ ବି ସତ। ୟୁରୀ ନାମକ ଏହି ଯୁବକ ଜଣେ ବଡିବିଲ୍ଡର। ସେ ମାର୍ଗୋ ନାମକ ଏକ କଣ୍ଢେଇକୁ ୨୦୧୯ରେ ବିବାହ କରିଛନ୍ତି। ୟୁରୀଙ୍କ ପାଖରେ ଏହି କଣ୍ଢେଇ ଦୀର୍ଘଦିନ ହେବ ଥିଲା। ୮ ମାସ ତା’ ସହ ରହିବା ପରେ ତାକୁ ସେ ଏତେ ଭଲ ପାଇ ବସିଲେ ଯେ, ତାକୁ ପ୍ରପୋଜ କଲେ। କିନ୍ତୁ କରୋନା ପାଇଁ ବିବାହ ହୋଇପାରି ନ ଥିଲା। ଏବେ ସେ କିଛି ନିକଟତର ବନ୍ଧୁ ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ କଣ୍ଢେଇ ମାର୍ଗୋକୁ ବିବାହ କରିଛନ୍ତି। ଆଉ ବହୁତ ଖୁସି ଅଛନ୍ତି। ସେ ଯୁଆଡେ ଯାଉଛନ୍ତି ନିଜ କଣ୍ଢେଇ ସ୍ତ୍ରୀକୁ ସାଥୀରେ ନେଇ ଯାଉଛନ୍ତି। ୟୁରୀ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର ପୂରା ଭିଡିଓ ଅପଲୋଡ କରିଛନ୍ତି, ଯାହାକୁ ଦେଖି ସମସ୍ତେ ଚକିତ ହେବା ସହ ବିବାହର ଶୁଭେଚ୍ଛା ଜଣାଉଛନ୍ତି।