Categories: ବାଣିଜ୍ୟ

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଗ୍ରୀଷ୍ମଋତୁ ଆରମ୍ଭ ହେବା ସହ ଡଲାର ଇଣ୍ଡଷ୍ଟ୍ରିଜ୍‌ ବିଗ୍‌ବସ୍‌, ଜେ କ୍ଲାସ୍‌ ଆଣ୍ଡ ଆଥଲେଜୁର ବ୍ରାଣ୍ଡ୍‌ ପକ୍ଷରୁ ଗ୍ରୀଷ୍ମକାଳୀନ ଆରାମଦାୟକ ପୋଷାକର ନୂତନ ରେଞ୍ଜଗୁଡିକୁ ବଜାର ପ୍ରବେଶ କରାଇଛି। ଏହି ଅତ୍ୟାଧୁନିକ ରେଞ୍ଜ୍‌ ଷ୍ଟାଇଲ ଏବଂ ଆରାମର ଏକ ସମ୍ମିଶ୍ରଣ ହୋଇଥିଲାବେଳେ ଏହା ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ସକ୍ରିୟ ଜୀବନଶୈଳୀକୁ ସଶକ୍ତ କରିବା ପାଇଁ ପରିକଳ୍ପିତ ହୋଇଛି।
ଏପରିକି ଆରାମ, ଫ୍ୟାଶନ ଏବଂ ଫିଟ୍‌ନେସ୍‌ର ସର୍ବଶେଷ ଧାରାକୁ ଧ୍ୟାନରେ ରଖି ଏହାକୁ ପରିକଳ୍ପନା କରାଯାଇଛି। ବିଶେଷକରି ଏହା ସର୍ବୋତ୍ତମ ଗୁଣର କପଡ଼ାରୁ ନିର୍ମିତ ହୋଇଥିବାବେଳେ ପ୍ରତ୍ୟେକ ପୋଷାକ ଗ୍ରୀଷ୍ମ ସମୟରେ ଅତୁଳନୀୟ ଆରାମ ଯୋଗାଇବାକୁ ସକ୍ଷମ ହେବ ବୋଲି ଆକଳନ କରାଯାଇଛି।
ଏ ସମ୍ପର୍କରେ ଡଲାର ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଗୁପ୍ତା କହିଥିଲେ, ନୂତନ କଲେକ୍ସନ ‘ଗ୍ରୀଷ୍ମ ରେଞ୍ଜ’କୁ ଉନ୍ମୋଚନ (ଅନାବରଣ) କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହି କଲେକ୍ସନଗୁଡିକ ସର୍ବଶ୍ରେଷ୍ଠ ଗୁଣବତ୍ତା ସାମଗ୍ରୀ ସହ ତିଆରି ହୋଇଛି, ଯାହା ଉତ୍କର୍ଷ ପ୍ରତି ଆମର ପ୍ରତିବଦ୍ଧତାର ପ୍ରମାଣ ବୋଲି ବିଶ୍ୱାସ କରାଯାଉଛି। ପ୍ରତ୍ୟେକ ପୋଷାକ ଷ୍ଟାଇଲ ଏବଂ ଆରାମର ଏକ ନିଆରା ମିଶ୍ରଣ ସହିତ ସମସାମୟିକ ଶୈଳୀ ସହିତ ସଂଯୁକ୍ତ ହୋଇଛି। ଆମର ନୂତନ କଲେକ୍ସନ ଆତ୍ମବିଶ୍ୱାସକୁ ଉତ୍ସାହିତ କରିବା ଏବଂ ଆପଣଙ୍କ ସକ୍ରିୟ ଜୀବନଶୈଳୀକୁ ଉଭୟ ପଡ଼ିଆ ତଥା ବାହାରେ ବୃଦ୍ଧି କରିବା ପାଇଁ ଡିଜାଇନ କରାଯାଇଛି। ଏହି ଗ୍ରୀଷ୍ମଦିନରେ ଦୈନନ୍ଦିନ ଶୈଳୀ ଷ୍ଟେଟ୍‌ମେଣ୍ଟ ନବୀକରଣ କରିବାକୁ ସକ୍ଷମ ହେବ।

Share