ଆଜିଠୁୁ ଭିତରକନିକାରେ ଡଲଫିନ୍‌ ଗଣନା

ରାଜନଗର, ୧୬ା୧୨(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ମୁହାଣ ଓ ବଙ୍ଗୋପସାଗରର ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ଡଲଫିନଙ୍କର ଗଣନା କାର୍ଯ୍ୟ ଗୁରୁବାରଠାରୁ ଆରମ୍ଭ ହେବ। ବୁଧବାର ଗୁପ୍ତିଠାରେ ଗଣନାକାରୀମାନଙ୍କୁ ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତି, ଏସିଏଫ ବିରଞ୍ଚତ୍ ନାରାୟଣ ସାମଲ, ଜୀବବିଜ୍ଞାନର ବିଭାଗୀୟ ମୁଖ୍ୟ ପ୍ରଫେସର ଶିବ ପ୍ରସାଦ ପରିଡା ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ। ଏହି ଗଣନା ୩ ଦିନ ଧରି ଚାଲିବ। ଭିତରକନିକା ଅଞ୍ଚଳରେ ଡଲଫିନ୍‌ ଗଣନା ପାଇଁ ୯ଟି ଟିମ୍‌ ଗଠନ କରାଯାଇଛି। ଆଉଟର ହୁଇଲର୍‌ରୁ ଚିଞ୍ଚିରି ମାଉଥ୍‌, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜ୍‌ରୁ ମାଇପୁରା ମାଉଥ୍‌, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍‌ ଭାୟା ନଳିତା ପାଟିଆ, କାଳିଭଞ୍ଜଡିଅଁା, ଜମ୍ବୁ ଖରନାସୀରୁ ହୁକିଟେଲା, ପାରାଦୀପରୁ ଜଟାଧାର ମୁହାଣ ଓ ଦେବୀ ମୁହାଣରୁ ଜଟାଧାର ମୁହାଣ ଯାଏ ୯ଟି ଗ୍ରୁପରେ ବିଭକ୍ତ ହୋଇ ଡଲ୍‌ଫିନ୍‌ ଗଣନା କରାଯିବ। ପ୍ରତି ଗ୍ରୁପରେ ୩ରୁ ୫ ଜଣ ଲେଖାଏ ଗଣାନାକାରୀ ରହିବେ। ସମୁଦ୍ର ମଧ୍ୟରେ ୫ଟି ଟିମ୍‌ ଓ ନଦୀ, କ୍ରିକ୍‌ରେ ୪ଟି ଟିମ୍‌ ଡଲ୍‌ଫିନ୍‌ଙ୍କର ଗଣନା କରିବେ।

Share