ମୁମ୍ବାଇର ଏହି ଛୋଟ ନଦୀରେ ଖେଳୁଛନ୍ତି ଡଲ୍‌ଫିନ୍‌

ଡଲଫିନ ଦେଖିବାକୁ ଏତେ ଆକର୍ଷଣୀୟ ଯେ, ଲୋକେ ଏହାକୁ ଦେଖିବା ପାଇଁ ସମୁଦ୍ର କୂଳରେ ଘଣ୍ଟା ଘଣ୍ଟା ଅପେକ୍ଷା କରନ୍ତି। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ କିଛି ଅଜବ ଘଟଣା ଦେଖିବାକୁ ମିଳିଛି। ସେଠାକାର ଭାସି ଭଳି ଛୋଟିଆ ନଦୀରେ ଶୁକ୍ରବାର ଡଲଫିନ ଦେଖିବା ପରେ ଲୋକମାନେ ଉତ୍ସାହିତ ହୋଇଥିଲେ। ପାଣିରେ ଡଲଫିନ୍‌ ଡେଉଁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ମୁମ୍ବାଇର ଉପାନ୍ତ ଅଞ୍ଚଳ ଭାସିରେ ଡଲଫିନ୍‌ ପହଁରିବାର ଅନେକ ଭିଡିଓ ପରେ ମୁମ୍ବାଇର ଲୋକମାନେ ଏହାକୁ ନେଇ ଉତ୍ସାହିତ ହୋଇପଡ଼ିଥିଲେ। ଲୋକଙ୍କ କହିବା ଅନୁଯାୟୀ, ଏହି ଦୁଇ ଡଲଫିନ ଛୋଟ । ଉଭୟ ଖେଳୁଥିବାର ୨୫ ସେକେଣ୍ଡର ଏକ ଭିଡିଓ କ୍ଲିପ ଭାଇରାଲ ହେଲା। ଡଲଫିନ୍‌ ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ଭାସିରେ ଡଲଫିନ … ଏହାକୁ ବିଶ୍ୱାସ କରି ହେଉନାହିଁ ।

Share