Advertisement
Categories: ଖେଳ

ଡୋମେନିକାଲିଙ୍କ ପୁଣି ୫ ବର୍ଷ ବଢ଼ିଲା କାର୍ଯ୍ୟକାଳ

ଓ୍ବାଶିଂଟନ,୧୪ା୩: ଷ୍ଟିଫାନୋ ଡୋମେନିକାଲି ଆଉ ୫ବର୍ଷ ପାଇଁ ଅର୍ଥାତ ୨୦୨୯ ପର୍ଯ୍ୟନ୍ତ ଫର୍ମୁଲା ଓ୍ବାନ୍‌ ସଭାପତି ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ରହିବା ଲାଗି ରାଜି ହୋଇଛନ୍ତି। ଗ୍ଲୋବାଲ ରେସିଂ ସିରିଜ ତଥା ଓନରଶିପ୍‌ ଗ୍ରୁପ୍‌ ଲିବର୍ଟି ମେଡିଆ ପକ୍ଷରୁ ଏହା ଘୋଷଣା କରାଯାଇଛି। ତାଙ୍କ କାର୍ଯ୍ୟକାଳ ସମୟରେ ଫର୍ମୁଲା-୧ର ଉଲ୍ଲେଖନୀୟ ଉନ୍ନତି ଘଟିବା ସହ ଏହି ଖେଳର ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧି ପାଇଛି।

ଇଟାଲୀର ଏହି ୫୯ ବର୍ଷୀୟ ବ୍ୟକ୍ତି ୨୦୨୧ରେ ଫର୍ମୁଲା-୧ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ରେସ୍‌ ସଂଖ୍ୟା ୨୪କୁ ବୃଦ୍ଧି ପାଇଥିବା ବେଳେ ସ୍ପ୍ରିଣ୍ଟ ରେସ୍‌କୁ ସାମିଲ କରାଯାଇଛି। କ୍ୟାଲେଣ୍ଡର ବର୍ଷରେ ୟୁଏସ୍‌ଏର ମାୟାମି ଓ ଲାସଭେଗାସଠାରେ ଦୁଇଟି ନୂଆ ଗ୍ରାଁ ପ୍ରି ରେସ୍‌ ଯୋଗ କରାଯାଇଛି। ସିରିଜରେ ୧୧ତମ୍‌ ଟିମ୍‌ ଭାବେ ଆମେରିକୀୟ ମାଲିକାନାରେ ଥିବା କାଡିଲାକ୍‌ ଫର୍ମୁଲା-୧କୁ ସାମିଲ କରାଯାଇଛି। ଏହି ଟିମ୍‌ ୨୦୨୬ରୁ ରେସ୍‌ରେ ଭାଗନେବ।