Categories: ଜାତୀୟ

ପୁଣି ବଢିଲା ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୬ ।୭: ରୋଷେଇ ଘରେ ପୁଣି ମହଙ୍ଗା ମାଡ । ସାଧାରଣ ଜନତାଙ୍କୁ ପୁଣି ଲାଗିଲା ଝଟକା । ବୁଧବାର ଅର୍ଥାତ୍ ଜୁଲାଇ ୬ରୁ ବୃଦ୍ଧି ପାଇଛି ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ । ଏଥର ପ୍ରତି ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ଦାମ ବୁଧବାରଠାରୁ ଲାଗୁ କରାଯିବ । ଏବେ ରାଜଧାନୀ ଦିଲ୍ଲୀରେ ଗୋଟିଏ ଘରୋଇ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୧୦୫୩ ଟଙ୍କାରେ ପହଞ୍ଚିଛି ।
ସେହିପରି ୫ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦାମ ବି ୧୮ ଟଙ୍କା ବୃଦ୍ଧି ହୋଇଛି । ହେଲେ ୧୯ କିଲୋଗ୍ରାମ ବାଲା କମର୍ସିିଆଲ ସିଲିଣ୍ଡର ଦାମରେ ୮ଟଙ୍କା ୫୦ ପଇସା କମ୍ କରି ଦିଆଯାଇଛି ।

Share