
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ବଡ଼ସାହିର ଏ.ଶଙ୍କର ପାତ୍ର ଏବଂ ତାଙ୍କ ଭାଇ ଏ. ଶିବ ପାତ୍ରଙ୍କୁ ଗ୍ରାମର ଡି.ଗୌରାଙ୍ଗ ପାତ୍ର ଏବଂ ତାଙ୍କ ୪ ସହଯୋଗୀ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ଶଙ୍କରଙ୍କ ରୂପା ଚେନ ଏବଂ ବ୍ରେସଲେଟକୁ ଗୌରାଙ୍ଗ ଛଡାଇ ନେଇଥିବା ନେଇ ଶଙ୍କର ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୨୯/୨୫ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ନାଁରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ପାରିବାରିକ ଶତ୍ରୁତାରୁ ଘଟଣା ଘଟିଛି।
ଶଙ୍କର ଏବଂ ଶିବ ଦୁଇ ଭାଇଙ୍କୁ ଗୌରାଙ୍ଗ ଗାଁ ହାଇସ୍କୁଲ ନିକଟସ୍ଥ ଢ଼ିମିରା ପାହାଡ଼କୁ ଡାକି ନେଇଥିଲେ। ଦୁଇ ଭାଇ ସେଠାରେ ପହଞ୍ଚିବା ପରେ ତାଙ୍କୁ ସେ ଆକ୍ରମଣ କରି ଜୀବନରେ ମାରିଦେବାକୁ ଧମକ ଦେବା ସହ ଶଙ୍କର ପିନ୍ଧିଥିବା ରୂପା ଗହଣା ଛଡାଇ ନେଇଥିବା ଏତଲାରେ ଉଲ୍ଲେଖ ରହିଛି।