Categories: ବାଣିଜ୍ୟ

ଘରୋଇ ଖାଦ୍ୟ ବଜାର ୪୭% ବୃଦ୍ଧି ଆଶା

ଭୁବନେଶ୍ୱର,୧୧।୮ (ଅନୁରାଧା ମହାରଣା): ଘରୋଇ ଖାଦ୍ୟ ବଜାର ୨୦୨୭ ସୁଦ୍ଧା ୪୭%ରୁ ଅଧିକ ବୃଦ୍ଧିହୋଇ ୧,୨୭୪ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ)ର ଏକ ରିପୋର୍ଟରେ ଏହା କୁହାଯାଇଛି। ଡାନ୍‌ଫୋସ୍‌ ଇଣ୍ଡିଆ ସହଯୋଗରେ ପ୍ରସ୍ତୁତ ଏହି ରିପୋର୍ଟରେ କୁହାଯାଇଛି, ଭାରତର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଅଭିନବ ଷ୍ଟାର୍ଟଅପ୍‌ ଉତ୍ପନ୍ନ ହେଉଛି। ‘ଭାରତରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର – ଦକ୍ଷିଣ ରାଜ୍ୟ ପାଇଁ ଆଶା’ ଶୀର୍ଷକ ରିପୋର୍ଟ ଅନୁଯାୟୀ ତାମିଲନାଡୁ ପ୍ରକ୍ରିୟାକୃତ ଫଳ, ଜୁସ୍‌ ଏବଂ ଶୁଖିଲା ଫଳ ରପ୍ତାନିରେ ଭାରତକୁ ଆଗେଇ ନେଇଛି। ରାଜ୍ୟର ଅଂଶ ପରିମାଣ ଅନୁସାରେ ୩୩% ଏବଂ ମୂଲ୍ୟ ଅନୁସାରେ ୨୭ % ରହିଛି। ସିଆଇଆଇ ନ୍ୟାଶନାଲ କାଉନସିଲ ଫର୍‌ କୋଲ୍ଡ୍‌ ଚେନ୍‌ ଆଣ୍ଡ ଏଗ୍ରି ଲଜିଷ୍ଟିକ୍ସର ଚେୟାରମ୍ୟାନ ରବିଚନ୍ଦ୍ରନ ପୁରୋଶୋଥମାନ କହିଛନ୍ତି, ଏହି ଅଭିବୃଦ୍ଧିରେ ଟେକ୍ନୋଲୋଜି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

Share