Categories: ଜାତୀୟ

ବଢୁଛି ଘରୋଇ ହିଂସା ମାମଲା: ଦିଲ୍ଲୀ ମହିଳା ହେଲ୍ପ ଲାଇନକୁ ୭ ବର୍ଷରେ ୪୦ ଲକ୍ଷରୁ ଅଧିକ କଲ…

ନୂଆଦିଲ୍ଲୀ,୧୨।୮ : ୧୮୧ ମହିଳା ହେଲ୍ପ ଲାଇନ ହେଉଛି ଏକ ୨୪ ଘଣ୍ଟିଆ, ଟୋଲ ଫ୍ରି ଫୋନ ନମ୍ବର ଯାହାକି ଦିଲ୍ଲୀ ମହିଳା ଆୟୋଗ ଦ୍ୱାରା ପରିଚାଳିତ ଏବଂ ସଙ୍କଟ ସମୟରେ ଏହା ମହିଳାମାନଙ୍କୁ ତୁରନ୍ତ ସହାୟତା ଯୋଗାଇଥାଏ। ଏହା ପରାମର୍ଶଦାତା, ସୁପରଭାଇଜର ଏବଂ ବିଶେଷଜ୍ଞମାନଙ୍କର ଏକ ନେଟୱାର୍କ ମାଧ୍ୟମରେ କାର୍ଯ୍ୟ କରେ। ଏହି ହେଲ୍ପଲାଇନ ସରକାରୀ ଛୁଟି ବିନା ଏବଂ ପର୍ବ ସମୟରେ ସଜାଗ ରହି ବର୍ଷସାରା ସପ୍ତାହରେ ୨୪ ଘଣ୍ଟା କାର୍ଯ୍ୟ କରିଥାଏ। ଦିଲ୍ଲୀ ମହିଳା ଆୟୋଗ ଅଧୀନରେ ଥିବା ୧୮୧ ମହିଳା ହେଲ୍ପ ଲାଇନର କାର୍ଯ୍ୟକ୍ଷମତା କେବଳ ମହିଳାମାନଙ୍କୁ ଦିଲ୍ଲୀରେ ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ସ୍ବତନ୍ତ୍ର ପରିଚିତି ହାସଲ କରିପାରିଛି।

ହେଲ୍ପ ଲାଇନ ପରାମର୍ଶଦାତା କଲ ପାଇବା ମାତ୍ରେ କାଉନସେଲିଂ ଆରମ୍ଭ କରନ୍ତି ଏବଂ କଲ କରୁଥିବା ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରନ୍ତି। ଯଦି ତୁରନ୍ତ ହସ୍ତକ୍ଷେପ ଆବଶ୍ୟକ ହୁଏ, ତେବେ ହେଲ୍ପ ଲାଇନ ଦଳ ଏହି ଅଭିଯୋଗଗୁଡ଼ିକୁ ଆୟୋଗର ମୋବାଇଲ ହେଲ୍ପ ଲାଇନ ପ୍ରୋଗ୍ରାମକୁ ପଠାଇଥାଏ, ଯାହାକି ଘଟଣାସ୍ଥଳରେ ପହଞ୍ଚିବା ଏବଂ ପୀଡିତାଙ୍କୁ ସାହାଯ୍ୟ କରିବା ପାଇଁ ଏକ ପରାମର୍ଶଦାତା ଦଳ ପଠାଇଥାଏ। ଯଦି ଅଭିଯୋଗକାରଣୀ ପୋଲିସର ସହାୟତା କିମ୍ବା ଆମ୍ବୁଲାନ୍ସ ଆବଶ୍ୟକ କରନ୍ତି, ତେବେ କଲ କାଉନସେଲର ପୋଲିସ କଣ୍ଟ୍ରୋଲ ରୁମକୁ ସୂଚନା ଦିଅନ୍ତି ଏବଂ ତାଙ୍କ ପାଇଁ ପିସିଆର ଭ୍ୟାନ ବ୍ୟବସ୍ଥା କରନ୍ତି କିମ୍ବା ଆବଶ୍ୟକ ସ୍ଥଳେ ପୀଡିତାଙ୍କ ଲାଗି ଆମ୍ବୁଲାନ୍ସ ସେବା ପଠାନ୍ତି।
୭ ବର୍ଷରେ ଦିଲ୍ଲୀ ମହିଳା ହେଲ୍ପ ଲାଇନକୁ ୪୦ ଲକ୍ଷରୁ ଅଧିକ କଲ ଘରୋଇ ହିଂସା ନେଇ କରାଯାଇଛି। ଏଥିରୁ ବଢୁଛି ଘରୋଇ ହିଂସା ମାମଲା ବୃଦ୍ଧି ପାଉଥିବା ଜଣାପଡ଼ିଛି।
ଦିଲ୍ଲୀ ମହିଳା ଆୟୋଗ ଗତ ଏକ ବର୍ଷ ମଧ୍ୟରେ (ଜୁଲାଇ ୨୦୨୨-ଜୁନ ୨୦୨୩) ୬,୩୦,୨୮୮ କଲ ଗ୍ରହଣ କରିଛନ୍ତି। ଯାହା ମାଧ୍ୟମରେ ଆୟୋଗର ୧୮୧ ହେଲ୍ପ ଲାଇନରେ ୯୨.୦୦୪ ମାମଲା ପଞ୍ଜିକୃତ ହୋଇଛି। ଆୟୋଗ ଅନ୍ୟ ରାଜ୍ୟରୁ ୧୧ ହଜାରରୁ ରୁ ଅଧିକ ମାମଲା ମଧ୍ୟ ଗ୍ରହଣ କରିଥିବା ଦିଲ୍ଲର ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲଭାଲ ସୂଚନା ପ୍ରଦାନ କରିଛନ୍ତି।
କରାଯାଇଛି।

Share