Categories: ଜାତୀୟ

ବଢୁଛି ଘରୋଇ ହିଂସା, ଗତ ବର୍ଷ ମହିଳା କମିଶନରେ ୬,୯୦୦ ମାମଲା ରୁଜୁ…

ନୂଆଦିଲ୍ଲୀ,୯।୧ : ଦେଶରେ ମହିଳାଙ୍କ ପ୍ରତି ଘରୋଇ ହିଂସା ମାମଲାରେ ବୃଦ୍ଧି ଘଟିଛି। ୨୦୨୨ ମସିହାରେ, ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ୬,୯୦୦ ମାମଲା ପଞ୍ଜିକୃତ କରିଥିଲା। ବଢୁଥିବା ମାମଲାକୁ ନେଇ ଆୟୋଗ ବହୁତ ଚିନ୍ତିତ।

ଗତ ବର୍ଷ ମହିଳାଙ୍କ ବିରୋଧରେ ବିଭିନ୍ନ ବର୍ଗର ଅପରାଧରେ ପଞ୍ଜୀକୃତ ହୋଇଥିବା ୩୦,୯୦୦ ମାମଲା ମଧ୍ୟରୁ ୨୩ ପ୍ରତିଶତ ଘରୋଇ ହିଂସା ଥିଲା। ଆୟୋଗର ତଥ୍ୟ ଏହା ମଧ୍ୟ ଦର୍ଶାଉଛି ଯେ ଆୟୋଗଙ୍କ ନିକଟରେ ଅଭିଯୋଗ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି।

Share