ପାକିସ୍ତାନରେ ବଢୁଛି ଘରୋଇ ହିଂସା, ସମାଧାନ ଖୋଜୁଛନ୍ତି ମହିଳା

ଇସଲାମାବାଦ,୭।୪: ପାକିସ୍ତାନରେ ଅଳ୍ପସଂଖ୍ୟକଙ୍କ ସ୍ଥିତି ଭଳି ଦେଶର ମହିଳାଙ୍କ ଉପରେ ଭେଦଭାବ ଓ ଦୁର୍ବବ୍ୟହାରର ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ଘରୋଇ ହିଂସାରେ ବୃଦ୍ଧି କାରଣରୁ ଏହାର ସମାଧାନ ପାଇଁ ଦାବି କରାଗଲାଣି।

ନ୍ୟୁଜ ଇଣ୍ଟରନ୍ୟାଶନାଲ ମତରେ ସ୍ତମ୍ଭକାର ଇମାନ ସମାର କହିଛନ୍ତି ଯେ ଲିଙ୍ଗଗତ ଅପରାଧ ସହ ମୁକାବିଲା କରିବା ସେମାନଙ୍କର ପ୍ରଥମ ପ୍ରାଥମିକତା ନୁହେଁ, ଯାହା ଆଇନ ଉଲ୍ଲଂଘନ କରୁଥିବା ରାଜନେତାଙ୍କ ଦ୍ୱାରା ସମର୍ଥିତ।
ପାରିବାରିକ ହିଂସା ମାମଲାରେ ଏଫଆଇଆର ପଞ୍ଜିକରଣ କରିବାକୁ ପୋଲିସର ବାରଣ ଦର୍ଶାଉଛି ଯେ ପାକିସ୍ତାନର ମହିଳାମାନେ ବର୍ତ୍ତମାନ ନିର୍ଯ୍ୟାତନା ତଥା ହିଂସା ମାମଲାରେ ଆଗକୁ ଆସିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି।

Share