ଡୋମିନିକାନ ଗଣରାଜ୍ୟରେ ବିମାନ ଦୁର୍ଘଟଣା, ୯ ମୃତ

ଡୋମିନିକା,୧୬ ।୧୨: ଡୋମିନିକାନ ଗଣରାଜ୍ୟର ରାଜଧାନୀ ସେଣ୍ଟୋ ଡୋମିଙ୍ଗୋରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । ବୁଧବାର ରାତିରେ ଲାସ ଆମେରିକା ଏୟାରପୋର୍ଟରେ ଜରୁରୀ ଅବତରଣ ସମୟରେ ଏକ ଘରୋଇ ବିମାନ ଦୁର୍ଘଟଣାର ଶିକାର ହୋଇଛି । ବିମାନର ଅପରେଟର ହେଲିଡୋସା ଏଭିଏଶନ ଗ୍ରୁପର ସୂଚନା ଅନୁଯାୟୀ, ଏହି ବିମାନ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ୭ ଯାତ୍ରୀ ଓ ୨ କ୍ରିୟୁ ମେମ୍ବରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୬ ଜଣ ବିଦେଶୀ ନାଗରିକ ଥିବା ବେଳେ ଜଣେ ଡୋମିନିକନର ବୋଲି ଜଣାପଡିଛି ।

Share