ଟ୍ରମ୍ପଙ୍କ ଗୋଟିଏ ଫଟୋର ମୂଲ୍ୟ ପାଖାପାଖି ୫୭କୋଟି ଟଙ୍କା!

ଓ୍ବାଶିଂଟନ,୨୭।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ଫଟୋକୁ ଖୁବ ସମର୍ଥନ ମିଳିଛି। ସୂଚନାଯୋଗ୍ୟ, ଜର୍ଜିଆ ମାମଲାରେ ଡୋନାଲ୍ଡ ଟ୍ରମ୍ଫ ଗୁରୁବାର ଆତ୍ମ ସମର୍ପଣ କରିଥିଲେ। ଏହାପରେ ଟ୍ରମ୍ଫଙ୍କର ଅପରାଧୀଭାବେ ଫୋଲିସ ଏକ ମଗ ସଟ ନେଇଥିଲା। ଏବେ ଏହି ମଗ ସଟର ପ୍ରଭାବ କୁହାଯାଇପାରେ ଅଥବା ଟ୍ରମ୍ଫଙ୍କ ଲୋକପ୍ରିୟତା, ଗତ ଦୁଇ ଦିନରେ ଟ୍ରମ୍ଫଙ୍କୁ ମୁଳିଥିବା ଦାନ ଅକାଶଛୁଆଁ ହୋଇଛି। କୁହାଯାଉଛି କି ଗତ ଦୁଇ ଦିନରେ ଟ୍ରମ୍ଫଙ୍କୁ ପାଖାପାଖି ୭୦ ଲକ୍ଷ ଡଲାର ଅଥବା ପ୍ରାୟ ୫୭ କୋଟି ଟଙ୍କାର ଦାନ ମିଳିଛି।
ସୂଚନାଯୋଗ୍ୟ, ଜର୍ଜିଆ ନିର୍ବାଚନକୁ ରଦ୍ଦ କରିବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗରେ ଟ୍ରମ୍ପ ଗୁରୁବାର ଫୁଲଟନ କାଉଣ୍ଟି ଜେଲରେ ଆତ୍ମସମର୍ପଣ କରିଛନ୍ତି। ଏହି ସମୟରେ ଟ୍ରମ୍ପଙ୍କ ମଗ ସଟ ମଧ୍ୟ ଅପରାଧୀଙ୍କ ପରି ନିଆଯାଇଥିଲା। ଯାହାର ଫଟୋ କପି ଟ୍ରମ୍ପ ନିଜେ ସୋସିଆଲ ମିଡିଆରେ ସେୟାର କରିଥିଲେ। ଟ୍ରମ୍ପଙ୍କ ମୁଖପାତ୍ର ଷ୍ଟିଭେନ ଚେଙ୍ଗ କହିଛନ୍ତି ଯେ କେବଳ ଶୁକ୍ରବାର ପ୍ରାୟ ୪ ମିଲିୟନ ଡଲାର୍‌ ଦାନ ଗ୍ରହଣ କରାଯାଇଛି, ଯାହାକି ଗୋଟିଏ ଦିନରେ ସର୍ବାଧିକ ଦାନ ଅଟେ। ବିଶ୍ୱାସ କରାଯାଏ ଯେ ଟ୍ରମ୍ପ ଲୋକଙ୍କ ସହାନୁଭୂତି ହାସଲ କରୁଛନ୍ତି, ଯେଉଁ କାରଣରୁ ମଗ ସଟ ସାମ୍ନାକୁ ଆସିବା ପରେ ତାଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଦାନରେ ଏକ ଆଖିଦୃଶିଆ ବୃଦ୍ଧି ହୋଇଛି।

Share