ବଢିଲା ଟ୍ରମ୍ଫଙ୍କ ସମସ୍ୟା, ହ୍ବାଇଟ ହାଉସର ପୂର୍ବତନ କର୍ମଚାରୀ କହିଲେ ମହିଳାଙ୍କୁ କରନ୍ତି ଦୁର୍ବବ୍ୟହାର

ଓ୍ବାଶିଂଟନ,୧୨।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ବିବାଦ ତାଙ୍କ ପିଛା ଛାଡୁନି। କିଛିଦିନ ହେବ ବିବାହ ତାଙ୍କ ସହ ଲାଗି ରହିଛି। ଲେଖିକା ଜିନ କ୍ୟାରୋଲଙ୍କ ସହ ଯୌନ ନିର୍ଯ୍ୟାତନା ମାମଲାରେ ଟ୍ରମ୍ଫଙ୍କୁ ନିକଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏବେ ହ୍ବାଇଟ ହାଉସରେ ଟ୍ରମ୍ଫଙ୍କ କର୍ମଚାରୀଙ୍କ ଦୁଇଟି ମହିଳା ମଧ୍ୟ ଏବେ ଟ୍ରମ୍ଫ ତାଙ୍କ ପ୍ରତି ଦୁର୍ବବ୍ୟହାର କରିଥିବା ଅଭିଯୋଗ ଆଣିଛନ୍ତି।  ଟ୍ରମ୍ଫ ପ୍ରଶାସନର ଅଂଶ ଥିବା ଜଣେ ବରିଷ୍ଠ ପ୍ରଶାସକ ଦାବି କରିଛନ୍ତି କି ଟ୍ରମ୍ଫ କର୍ମଚାରୀଙ୍କ ମଧ୍ୟରେ ଥିବା ଜଣେ ଯୁବା ମହିଳାଙ୍କ ଉପରେ ଅଧିକ ରୁଚି ରଖିଥାଆନ୍ତି। ଆଉ ସେ ଖୋଲାଖୋଲି ଭାବେ ମହିଳାଙ୍କ ସହ ଅଭଦ୍ର ବ୍ୟବହାର କରିଥାଆନ୍ତି।
ଟ୍ରମ୍ପ ପ୍ରଶାସନରେ ହ୍ବାଇଟ ହାଉସର କର୍ମଚାରୀ ଥିବା ଦୁଇଜଣ ମହିଳା ଅଭିଯୋଗ କରିଛନ୍ତି ଯେ ଟ୍ରମ୍ପ ସେମାନଙ୍କୁ ଯୌନ ର୍ନିଯାତନା ଦେଇଛନ୍ତି। ଟେଲିଭିଜନ ସାକ୍ଷାତକାରରେ ସେମାନେ ଏହି ଅଭିଯୋଗ କରିଛନ୍ତି। ଟ୍ରମ୍ପଙ୍କ ଅଧ୍ୟକ୍ଷତାରେ ହ୍ବାଇଟ ହାଉସର ପ୍ରେସ ସେକ୍ରେଟାରୀ ଥିବା ଷ୍ଟେଫାନି ଗ୍ରିସାମ ଏବଂ ହ୍ବାଇଟ ହାଉସର ପରାମର୍ଶଦାତା ଆଲିସା ଫାରାହ ଗ୍ରିଫିନ ଅଭିଯୋଗ କରିଛନ୍ତି ଯେ ଟ୍ରମ୍ପ ମହିଳାଙ୍କ ସହ ଅଭଦ୍ର ବ୍ୟବହାର କରୁଛନ୍ତି ଏବଂ ହ୍ବାଇଟ ହାଉସର ସମସ୍ତ ବରିଷ୍ଠ କର୍ମଚାରୀ ଏହା ଜାଣିଛନ୍ତି।

Share