Categories: ଜାତୀୟ

ଟ୍ରମ୍ପଙ୍କ ଆରୋଗ୍ୟ କାମନା କଲେ ମୋଦି

ନୂଆଦିଲ୍ଲୀ,୨।୧୦:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଟ୍ରମ୍ପ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏହା ଜାଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପ ଏବଂ ମେଲାନିଆଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ମୋଦି ଟୁଇଟ କରି କହିଛନ୍ତି ଯେ, ମୁଁ ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପ ଏବଂ ମେଲାନିଆ ଟ୍ରମ୍ପ ଶୀଘ୍ର ଆରୋଗ୍ୟ ଏବଂ ଭଲ ସ୍ବାସ୍ଥ୍ୟ କାମନା କରୁଛି। ଏହାପୂର୍ବରୁ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସ କରୋନା ସଂକ୍ରମିତ ହେବାପରେ ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିଆ ନିଜକୁ କ୍ୱାରାଣ୍ଟାଇନ୍‌ ରଖି କରୋନା ଟେଷ୍ଟ କରାଇଥିଲେ।

Share