ଓବାମା ଭଲକାମ ନ କରିବାରୁ ମୁଁ ହେଲି ରାଷ୍ଟ୍ରପତି: ଟ୍ରମ୍ପ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଏକ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ସେ କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭଲକାମ ନ କରିବାରୁ ଟ୍ରମ୍ପ ରାଜନୀତିକୁ ଆସିଥିଲେ ଓ ରାଷ୍ଟ୍ରପତି ହୋଇଥିଲେ ବି କହିଛନ୍ତି। ସୂଚନାଯୋଗ୍ୟ, ଆଗକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଆଉ ନିର୍ବାଚନକୁ ନେଇ ଦିନକୁ ଦିନ ଟ୍ରମ୍ପ ଭିନ୍ନ ଭିନ୍ନ ବୟାନ ଦେଉଥିବା ଦେଖାଯାଉଛି। ବୁଧବାର ହ୍ବାଇଟ ହାଉସରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରଦେଇ ଟ୍ରମ୍ପ କହିଛନ୍ତି ମୋର ରାଷ୍ଟ୍ରପତି ପୂର୍ବର ଜୀବନ ଭଲ ଥିଲା। ହେଲେ ଓବାମା ଭଲ କାମ ନ କରିବାକୁ ମୁଁ ରାଷ୍ଟ୍ରପତି ଆସନରେ ବସିଲି। ମୁଁ ରାଷ୍ଟ୍ରପତି ଆସନରେ ବସିବା ପଛରେ ଓବାମା ଓ ବାଇଡେନଙ୍କ ହାତ ରହିଛି ବୋଲି ଟ୍ରମ୍ପ କହିଛନ୍ତି।

Share