ଜର୍ଜିଆ ନିର୍ବାଚନ ଠକେଇ ମାମଲା: ନିଜକୁ ନିର୍ଦ୍ଦୋଷ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧।୯: ଜର୍ଜିଆ ନିର୍ବାଚନ ଠକେଇ ମାମଲାରେ ନିଜକୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଛନ୍ତି ଖୋଦ୍‌ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି, ଆସନ୍ତା ସପ୍ତାହରେ ଏହି ମାମଲାରେ ହେବାକୁ ଥିବା ଶୁଣାଣିରେ ଯୋଗଦେବେ ନାହିଁ। ମୁଁ କିଛି ଭୁଲ କରି ନାହିଁ।

ଆଇନଜୀବୀ ଫାନି ୱିଲିସ କହିଛନ୍ତ, ସମସ୍ତ ଅଭିଯୁକ୍ତ ପରବର୍ତ୍ତୀ ଶୁଣାଣିରେ କୋର୍ଟରେ ଉପସ୍ଥିତ ରହିବେ। ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୩ରେ ହେବ। ଆଗାମୀ ନିର୍ବାଚନରେ ରିପବ୍ଲିକାନ ପାର୍ଟିରୁ ଟ୍ରମ୍ପ ହେଉଛନ୍ତି ଲେକପ୍ରିୟ ନେତା। ତେବେ ତାଙ୍କୁ ହ୍ବାଇଟ ହାଉସକୁ ନ ଆସିବା ପାଇଁ ତାଙ୍କ ବିରୋଧରେ ମାମଲା ଦାୟର କରାଯାଇଛି।

ସୂଚନାଯୋଗ୍ୟ, ର୍ନିବାଚନୀ ଜାଲିଆତି ଅଭିଯୋଗରେ ଫୁଲଟନ କାଉଣ୍ଟି କୋର୍ଟର ଜଜ ସ୍କା ମ୍ୟାକଫି ଟ୍ରମ୍ପ ଏବଂ ଅନ୍ୟ ୧୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ସେପ୍ଟେମ୍ବର ୬ତାରିଖରେ ଶୁଣାଣି କରିବେ ବୋଲି ତାରିଖ ଘୋଷଣା କରିଥିଲେ।

Share