୨୦୨୪ ମାର୍ଚ୍ଚ ୩ରେ ହେବ ଡୋନାଲ୍ଡ ଟ୍ରମ୍ପଙ୍କ ମାମଲାର ଶୁଣାଣି

ଓ୍ବାଶିଂଟନ୍‌,୨୯।୮: ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଅଗ୍ରାହ୍ୟ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ଥମିବାର ନାଁ ନେଉନାହିଁ। ସୋମବାର ବିଚାରପତି ୱାଶିଂଟନ୍‌ରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମାମଲାର ଶୁଣାଣି ପାଇଁ ୨୦୨୪ ମାର୍ଚ୍ଚ ୪ ତାରିଖ ସ୍ଥିର କରିଛନ୍ତି। ବର୍ଷ ବର୍ଷ ଧରି ମାମଲା ଆଗକୁ ନେବାକୁ ପ୍ରତିରକ୍ଷା ଅନୁରୋଧକୁ ବିଚାରପତି ଖାରଜ କରିଦେଇଛନ୍ତି। ଏଥି ସହିତ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଫେଡେରାଲ ନିର୍ବାଚନରେ ଜାଲିଆତି ଅଭିଯୋଗରେ ମାର୍ଚ୍ଚ ୨୦୨୪ରେ ଶୁଣାଣି ତାରିଖ ସ୍ଥିର କରିବା ବିରୋଧରେ ସେ ଅପିଲ କରିବେ।

Share