ନ୍ୟୁଜ ଚ୍ୟାନେଲ ଉପରେ ମାନହାନି ମକଦ୍ଦମା କଲେ ଟ୍ରମ୍ପ

ଓ୍ବାଂଶିଟନ୍‌,୪।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସିଏନ୍‌ଏନ୍‌ ଚ୍ୟାନେଲ ଉପରେ ମାନହାନି ମାମଲା ଦାଏର କରିଛନ୍ତି। ଏଥିସହ ଚ୍ୟାନେଲ ଉପରେ ସେ ୪୭୫ ମିଲିୟନ ଡଲାର କ୍ଷତିପୂରଣ ମାଗିଛନ୍ତି। ନ୍ୟୁଜ୍‌ ଚ୍ୟାନେଲ ତାଙ୍କ ବିରୋଧରେ ଅପମାନ ଏବଂ ଅପବାଦ ଅଭିଯାନ ଆରମ୍ଭ କରିଥିବା ନେଇ ଟ୍ରମ୍ପ ଦାବି କରିଛନ୍ତି। ଅନ୍ୟପଟେ ଏସମ୍ପର୍କରେ ସିଏନ୍‌ଏନ୍‌ କିଛି କହିବାକୁ ମନା କରିଦେଇଛି। ସିଏନ୍‌ଏନ୍‌ ବିରୋଧରେ ଟ୍ରମ୍ପ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ ଟ୍ରମ୍ପ ଫ୍ଲୋରିଡା କୋର୍ଟରେ ୨୯ପୃଷ୍ଠାର ମକଦ୍ଦମା ଦାଏର କରିଛନ୍ତି। ଦୀର୍ଘ ଦିନ ଧରି ଏହି ଚ୍ୟାନେଲ ତାଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଆସୁଛି ବୋଲି ଟ୍ରମ୍ପ ଏଥିରେ ଦାବି କରିଛନ୍ତି।

Share