ଏଫବିଆଇର ସୂଚନା: ଟ୍ରମ୍ପଙ୍କ ଫ୍ଲୋରିଡା ଘରେ ଚଢାଉ ପରେ ମିଳିଥିବା ୧୫ ବକ୍ସ ମଧ୍ୟରୁ ୧୪ଟିରୁ ଆମେରିକା ସୁରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଜବତ

ୱାଶିଂଟନ,୨୭ ।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ଘରେ କିଛିଦିନ ତଳେ ଏଫବିଆଇ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ସମୟରେ ଏଫବିଆଇକୁ ୧୫ଟି ବକ୍ସ ମିଳିଥିଲା । ଏଥିମଧ୍ୟରୁ ୧୪ଟିରୁ ଆମେରିକା ସୁରକ୍ଷା ସମ୍ପର୍କିତ ସିକ୍ରେଟ ଡକ୍ୟୁମେଣ୍ଟସ ଜବତ କରାଯାଇଥିବା ଏବେ ଏଫବିଆଇ ସୂଚନା ଦେଇଛି । ଏଫବିଆଇ ଶୁକ୍ରବାର ଏକ ଶପଥପତ୍ର ଜାରି କରି ଡୋନାଲ୍ଡ ଟ୍ରମ୍ପଙ୍କ ‘ମାର-ଏ-ଲାଗୋ ରିସର୍ଟ’ରେ ହୋଇଥିବା ଚଢାଉକୁ ନେଇ ସ୍ପଷ୍ଟିକରଣ ଦେଇଛି । ୩୪ ପୃଷ୍ଠାର ଶପଥପତ୍ରରେ ଆପରାଧିକ ଯାଞ୍ଚ ସମ୍ପର୍କିତ ଅନେକ ସୂଚନା ଦିଆଯାଇଛି ।
ଏଫବିଆଇ କହିଛି ଡୋନାଲ୍ଡ ଟ୍ରମ୍ପ ତାଙ୍କ ମାର-ଏ-ଲାଗୋ ରିସର୍ଟରେ ଡଜନ ଗୋପନୀୟ ତଥ୍ୟ ରଖିଥିଲେ ଯେଉଁଥିରେ ଟପ୍ ସିକ୍ରେଟ ଗୁଇନ୍ଦା ତଥ୍ୟ ବି ସାମିଲ ଅଛି ।

Share