ପୁଣି ଅଜା ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ: ସାନ ଝିଅ ହେବେ ମା’

ଓ୍ବାଶିଂଟନ୍‌,୮।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଝିଅ ଟିଫାନି ଟ୍ରମ୍ପ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ୩୧ ବର୍ଷୀୟା ଟିଫାନି ଚଳିତ ବର୍ଷ ଏପ୍ରିଲରେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଟିଫାନିଙ୍କ ସନ୍ତାନ ହେବ ଡୋନାଲ୍ଡ ଟ୍ରମ୍ପଙ୍କ ୧୧ତମ ନାତି କିମ୍ବା ନାତୁଣୀ।

ଟିଫାନିଙ୍କୁ ନିକଟରେ ତାଙ୍କ ସ୍ବାମୀ ମାଇକେଲ ବୋଲୋସଙ୍କ ସହ ମିଆମିରେ ଛୁଟି କାଟୁଥିବାର ଦେଖାଯାଇଥିଲା। ଏହି ସମୟରେ ଟିଫାନି ଏକ ସୁନ୍ଦର ଚକୋଲେଟ ବ୍ରାଉନ ରଙ୍ଗର ମ୍ୟାକ୍ସି ଡ୍ରେସ ପିନ୍ଧିଥିଲେ। ଏହା ସହିତ, ସେ ଏକ ଗୋଲାପୀ ରଙ୍ଗର ପର୍ସ, ମ୍ୟାଚିଂ ଚପଲ ପିନ୍ଧିଥିଲେ। ତାଙ୍କର ଗୋଲାପୀ ଆସେସୋରିଜ ଯୋଗୁ ଅନୁମାନ କରାଯାଉଛି ଯେ ତାଙ୍କ ଶିଶୁଟି ଝିଅ ହୋଇପାରେ।

ଟିଫାନି ଏବଂ ବୋଲୋସ ୨୦୨୪ ଅକ୍ଟୋବର ମାସରେ ସେମାନଙ୍କର ଗର୍ଭଧାରଣ ବିଷୟରେ ଘୋଷଣା କରିଥିଲେ। ଟିଫାନି ଜାନୁଆରୀ ୨୦୨୪ରେ ତାଙ୍କ ପିତାଙ୍କ ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ଯୋଗ ଦେଇଥିଲେ।

ଟିଫାନି ଆରିଆନା ଟ୍ରମ୍ପଙ୍କ ଜନ୍ମ ୧୯୯୩ ମସିହାରେ ହୋଇଥିଲା। ସେ ଆମେରିକାର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟ୍ରମ୍ପଙ୍କ ଚତୁର୍ଥ ସନ୍ତାନ ଏବଂ ସାନ ଝିଅ। ଟିଫାନି ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ପତ୍ନୀ, ଅଭିନେତ୍ରୀ ମାର୍ଲା ମାପଲ୍ସଙ୍କ ସନ୍ତାନ। ସେ ଫ୍ଲୋରିଡାର ୱେଷ୍ଟ ପାମ ବିଚ୍‌ରେ ଜନ୍ମଗ୍ରହଣ କରିଥିଲେ।

ଡୋନାଲ୍ଡ ଏବଂ ମାର୍ଲା ୧୯୯୯ରେ ଛାଡପତ୍ର ନେଇଥିଲେ। ଟିଫାନି କାଲିଫର୍ନିଆରେ ତାଙ୍କ ମା’ଙ୍କ ପାଖରେ ବଡ଼ ହୋଇଥିଲେ। ଟିଫାନି ୨୦୧୨ରେ କାଲିଫର୍ନିଆର ଭ୍ୟୁପଏଣ୍ଟ ସ୍କୁଲରୁ ତାଙ୍କର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ଏହା ପରେ ସେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଥିଲେ ଏବଂ ୨୦୧୬ ମସିହାରେ ସମାଜଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଟିଫାନି ୨୦୧୮ ମସିହାରେ ମାଇକେଲ ବୋଲୋସଙ୍କୁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri