ଏଫବିଆଇ ଉପରେ ଗୁରୁତର ଅଭିଯୋଗ ଆଣିଲେ ଟ୍ରମ୍ପ

ୱାଶିଂଟନ,୧୬ ।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେବି ଅଛନ୍ତି ଚର୍ଚ୍ଚାରେ । ସେ ସର୍ବଦା ତାଙ୍କ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ସେ ଆମେରିକାର ଯାଞ୍ଚ ଏଜେନ୍ସି (ଏଫବିଆଇ) ଉପରେ ଗୁରୁତର ଅଭିଯୋଗ ଆଣି ଆସିଛନ୍ତି ଚର୍ଚ୍ଚାକୁ । କିଛିଦିନ ତଳେ ଏଫବିଆଇ ଟ୍ରମ୍ପଙ୍କ ମାର-ଏ-ଲାଗୋ ଉପରେ ଚଢାଉ କରିଥିଲେ । ଏହି ଚଢାଉକୁ ଏକ ସପ୍ତାହ ହୋଇ ଗଲାଣି । ଏବେ ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଏଫବିଆଇ ଚଢାଉ ସମୟରେ ତାଙ୍କ ଘରୁ ଚୋରୀ ହୋଇଛି । ସେ କହିଛନ୍ତି କି ଚଢାଉ ସମୟରେ ତାଙ୍କର ୩ଟି ପାସପୋର୍ଟ ଚୋରୀ ହୋଇ ଯାଇଛି । ଏକଥା ସେ ଟୁଇଟ କରି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଏମିତି ପ୍ରଥମଥର ଲାଗି ହୋଇଛି ଯେତେବେଳେ ଜଣେ ରାଜନେତା ଏଫବିଆଇ ବିରୋଧରେ ଅଭିଯୋଗ ଆଣିଛନ୍ତି । ତେବେ ଚୋରୀ ଯାଇଥିବା ପାସପୋର୍ଟ ମଧ୍ୟରୁ ଗୋଟିକର ଏକ୍ସପାୟରୀ ଡେଟ ହୋଇଯାଇଛି । ଟ୍ରମ୍ପ କହିଛନ୍ତି ମୋତେ ନିର୍ବାଚନରେ ଭାଗ ନ ନେବା ପାଇଁ ଏହା ହେଉଛି ଗୋଟିଏ ଷଡଯନ୍ତ୍ର ।
ଟ୍ରମ୍ପଙ୍କ ଉପରେ ଅଭିଯୋଗ ହୋେଇଥିଲା କି ସେ ହ୍ୱାଇଟ ହାଉସ ଛାଡିବା ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନଷ୍ଟ କରି ଦେଇଥିଲେ ଅବା ଲୁଚାଇ ଦେଇଥିଲେ । ଏହାକୁ ନେଇ ତାଙ୍କ ଘର ଉପରେ ଚଢାଉ କରାଯାଇଥିଲା ।

Share