ଯିଏ ଦିନେ ହିଟ୍‌ଲର-ମୁର୍ଖ କହିଥିଲେ, ଟ୍ରମ୍ପ ତାଙ୍କୁ ହିଁ କାହିଁକି ଉପରାଷ୍ଟ୍ରପତି ପ୍ରାର୍ଥୀ କରିଦେଲେ; ଜାଣନ୍ତୁ…

ଓ୍ବାଶିଂଟନ,୧୬।୭: ଆମେରିକା ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଏଭଳି ଜଣେ ନେତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି ଯିଏ ସର୍ବଦା ତାଙ୍କର ଆଲୋଚନା କରିଥିଲେ। କେବଳ ଆଲୋଚନା ନୁହେଁ ବରଂ ମୁର୍ଖ ଏବଂ ଆମେରିକାର ହିଟ୍‌ଲର ବୋଲି କହିଥିଲେ। ବିଶେଷକରି ୨୦୨୧ ଯାଏ ଓହିଓ ସିନେଟର ଜେଡି ଭାନ୍ସ ଟ୍ରମ୍ପଙ୍କ ଜଣେ ପ୍ରମୁଖ ସମାଲୋଚକ ଭାବେ ପରିଚିତ ହେଉଥିଲେ। ହେଲେ କେବଳ ଗୋଟିଏ ସାକ୍ଷାତ ପରେ ତାଙ୍କ ସ୍ବର ଏଭଳି ବଦଳିଗଲା ସେ ଏବେ ସେ ଟ୍ରମ୍ପଙ୍କ ସବୁଠାରୁ ବଡ଼ ସମର୍ଥକଙ୍କ ମଧ୍ୟରୁ ଜଣେ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଟ୍ରମ୍ପ ଭାନ୍ସଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି। ଭାନ୍ସ ଆମେରିକାରେ ଜଣେ ଲେଖକ ଭାବେ ଖ୍ୟାତ ଥିବା ବେଳେ ତାଙ୍କର ରାଜନୈତିକ ଯାତ୍ରା ସହଜ ନ ଥିଲା। ଟ୍ରମ୍ପଙ୍କ ସହ ଦୁଇ ଘଣ୍ଟା ଧରି ବୈଠକ ପରେ ଏହି କଷ୍ଟ ଆରମ୍ଭ ହୋଇଥିଲା। କାରଣ ଏହା ଠିକ୍‌ ନ ଥିଲେ ହେଁ ଦୁଇ ବିରୋଧୀଙ୍କୁ ଏକ ହେବା ଲାଗି ରାସ୍ତା ଖୋଲି ଦେଇଥିଲା।

ଆମେରିକା ରାଷ୍ଟ୍ରପତି ଭାବେ ନିଜର କାର୍ଯ୍ୟକାଳ ସମାପ୍ତ କରିବାର କିଛି ମାସ ପରେ ଟ୍ରମ୍ପ ଭାନ୍ସଙ୍କୁ ନିଜ ଅଫିସରେ ଭେଟିଥିଲେ। ସେତେବେଳେ ଭାନ୍ସ ଟ୍ରମ୍ପଙ୍କ ସାମ୍ନାରେ କାଗଜ ଗଦା ହୋଇଥିବା ଦେଖିଥିଲେ। ସେଗୁଡ଼ିକ ଭାନ୍ସ କରିଥିବା ସମାଲୋଚନା ଏବଂ କଥାର ପ୍ରିଣ୍ଟଆଉଟ୍‌ ଥିଲା, ଯାହା ସେ ଟ୍ରମ୍ପଙ୍କ ପାଇଁ କହିଥିଲେ। ସେଥିରୁ ଗୋଟିଏରେ ଟ୍ରମ୍ପ ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ବ୍ୟକ୍ତି ବୋଲି ଉଲ୍ଲେଖ ଥିଲା। ଏହାକୁ ଉଦାହରଣ ଦେଇ ଭାନ୍ସ ତାଙ୍କ ବିଷୟରେ ଖରାପ କଥା ଲେଖିଥିବା ଟ୍ରମ୍ପ କହିଥିଲେ। ସେତେବେଳେ ଓହିଓର ଆସନରୁ ଭାନ୍ସ ଲଢ଼ୁଥିବାରୁ ଟ୍ରମ୍ପଙ୍କ ସମର୍ଥନ ଚାହୁଁଥିଲେ। ଏଣୁ ସେ ଟ୍ରମ୍ପଙ୍କୁ କ୍ଷମା ମାଗିଥିଲେ। ଏହି ବୈଠକ ୨ ଘଣ୍ଟା ଯାଏ ଚାଲିଥିଲା।

ପରେ ଟ୍ରମ୍ପଙ୍କ ମନ ବଦଳିଥିଲା। ଭାନ୍ସ ଡେମୋକ୍ରାଟିକ୍‌ ପ୍ରତିନିଧି ଟିମ୍‌ ରୟାନଙ୍କୁ ହରାଇ ନିର୍ବାଚନ ଜିତିଥିଲେ। ସେ ଧିରେ ଧିରେ ଟ୍ରମ୍ପଙ୍କ ବଡ଼ ସମର୍ଥକ ପାଲଟିଥିଲେ। ଯେତେବେଳେ ଟ୍ରମ୍ପ ନିଜର ନିର୍ବାଚନ ଅଭିଯାନ ନେଇ ଘୋଷଣା କରିଥିଲେ ସେତେବେଳେ ଭାନ୍ସ ତାଙ୍କ ସମର୍ଥନ କରିଥିଲେ। ଏକ ଆପରାଧିକ ମୋକଦ୍ଦମାରେ ମଧ୍ୟ ସେ ଖୋଲାଖୋଲି ଭାବେ ଟ୍ରମ୍ପଙ୍କ ସମର୍ଥନ କରିଥିଲେ। ଏବେ ସେ ଉପରାଷ୍ଟ୍ରପତି ପ୍ରାର୍ଥୀ।

ଦେଖିବାକୁ ଗଲେ ଭାନ୍ସ ଟ୍ରମ୍ପଙ୍କ ଲାଗି ବଡ଼ ଶକ୍ତି ପାଲଟିପାରନ୍ତି। ଏହା ପଛରେ କାରଣଟି ହେଲା ତାଙ୍କ ଲୋକପ୍ରିୟତା। ଜଣେ ଲେଖକ ଥିବାରୁ ତାଙ୍କୁ ଦେଶରେ ବେଶ ପସନ୍ଦ କରାଯାଏ। ସେ ଓହିଓରର ସିନେଟର ମଧ୍ୟ ଅଛନ୍ତି। ଏବେ ଜଣେ ପ୍ରତିନିଧି ହିସାବରେ ସେ ଟ୍ରମ୍ପଙ୍କ ସମର୍ଥନ କରୁଛନ୍ତି। ଏଣୁ ୩୯ ବର୍ଷୀୟ ଭାନ୍ସଙ୍କ ଯୋଗୁ ନିର୍ବାଚନରେ ବଡ଼ ଲାଭ ମିଳିବ ବୋଲି ଅନୁମାନ କରାଯାଉଛି। ଏହି କାରଣରୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଲାଗି ଦୌଡ଼ରେ ଥିବା ୧୯ଜଣଙ୍କୁ ମଧ୍ୟରୁ ଭାନ୍ସଙ୍କ ନାମ ଟ୍ରମ୍ପଙ୍କ ମୁହଁରେ ସର୍ବପ୍ରଥମେ ଆସିଥିବା କୁହାଯାଉଛି।

Share