ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଟ୍ରମ୍ପ!

ଓ୍ବାଶିଂଟନ,୨୦।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ହାରି ଯିବାର ସ୍ଥିତିକୁ ନେଇ ଏମିତି କଥା କହିଛନ୍ତି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ସେ କହିଛନ୍ତି ନିର୍ବାଚନରେ ସେ ହାରିବାର ନାହିଁ ଯଦି ସେମିତି କିଛି ପିରିସ୍ଥିତି ଉପୁଜିଲା ତେବେ ସେ ସେତେବେଳେ ଚିନ୍ତା କରିବେ। ସେ କହିଛନ୍ତି ଏବେ କୌଣସି କଥା କହିବା ଠିକ୍‌ ନୁହେଁ। ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଟ୍ରମ୍ପ ଏକ ସର୍ବେକ୍ଷଣକୁ ହସି ଉଡାଇ ଦେଇଛନ୍ତି। ଯେଉଁ ସର୍ବେକ୍ଷଣରେ ଟ୍ରମ୍ପ ଡେମୋକ୍ରେଟିକ ନେତା ଜୋ ବିଡେନଙ୍କଠାରୁ ପଛରେ ଥିବା ଦେଖାଯାଇଛି। ସେ କହିଛନ୍ତି ନିର୍ବାଚନ ପୂର୍ବରୁ କରାଯାଉଥିବା ଏହି ଆକଳନରେ କୌଣସି ସତ୍ୟତା ନାହିଁ। ତେବେ ଆକଳନ କହିଛି ଏବେ ଟ୍ରମ୍ପଙ୍କ ଲୋକ ପ୍ରିୟତା କମିବାରେ ଲାଗିଛି। ପ୍ରଥମ କଥା ହେଲା ମୁଁ ପରାଜିତ ହେଉନି କାରଣ ଏହା ନକଲି ଆକଳନ। ୪ ବର୍ଷ ପୂର୍ବରୁ ମଧ୍ୟ ଟ୍ରମ୍ପ ହିଲାରୀଙ୍କ ବିରୋଧରେ ଲଢୁଥିବା ବେଳେ ଏମିତି କଥା କହିଥିଲେ।

Share