ଜାମିନ ପରେ ଜେଲର ଫଟୋ ଶେୟାର କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୫।୮: ନିର୍ବାଚନ ଠକେଇ ଅଭିଯୋଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁରୁବାର ଗିରଫ କରାଯାଇଥିଲା। ହେଲେ ଗିରଫ ହେବାର ୨୦ ମିନିଟ ପରେ ସେ ସର୍ତ୍ତ ସହିତ ଜାମିନ ପାଇଛନ୍ତି। ଜାମିନ ପାଇବା ପରେ ସେ ଟୁଇଟରରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଜଣେ ଅଭିଯୁକ୍ତଙ୍କ ଭଳି ଜେଲରେ ନଜର ଆସିଛନ୍ତି।

ନିର୍ବାଚନ ପରେ ଦଙ୍ଗା ଓ ଭଙ୍ଗାରୁଜା ଅଭିଯୋଗରେ ଫୁଲଟନ ଜିଲାର ଶେରିଫ (ପୋଲିସ ଷ୍ଟେଶନ) ଗିରଫ କରିବା ପରେ ଟ୍ରମ୍ପ ଅଭିଯୁକ୍ତ ଭାବରେ ଏକ ଫଟୋ ଜାରି କରିଥିଲେ। ବର୍ତ୍ତମାନ ଟ୍ରମ୍ପ ସମାନ ଫଟୋ ଟୁଇଟରରେ ପୋଷ୍ଟ କରିଛନ୍ତି।

Share