Advertisement

ସୋସିଆଲ ମିଡିଆକୁ ଫେରିବା ପାଇଁ ପ୍ରସ୍ତୁତ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଟନ୍‌,୨୨।୩: ଗତ ଜାନୁଆରୀ ୬ରେ କ୍ୟାପିଟାଲ ବିଲଡିଂ ଉପରେ ହୋଇଥିବା ଆକ୍ରମଣ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟର, ଫେସବୁକ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ସାଇଟ ଦ୍ୱାରା ନିଲମ୍ବିତ ହୋଇଥିଲେ। କିନ୍ତୁ ଏବେ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିବାକୁ ଯୋଜନା କରୁଛନ୍ତି। ଆସନ୍ତା ତିନି ମାସ ମଧ୍ୟରେ ଟ୍ରମ୍ପଙ୍କ ସୋସିଆଲ ମିଡିଆ ଆରମ୍ଭ କରିବେ ବୋଲି ସୂଚନା ମିଳିଛି। ଟ୍ରମ୍ପଙ୍କ ଜଣେ ବରିଷ୍ଠ ପରାମର୍ଶଦାତା ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜଧାନୀ ୱାଶିଂଟନରେ ଉତ୍ତେଜନା ଏବଂ ହିଂସା ପରେ ସମସ୍ତ ସୋସିଆଲ ମିଡିଆ କମ୍ପାନୀ ଟ୍ରମ୍ପଙ୍କୁ ନିଷିଦ୍ଧ କରିଥିଲେ। ପ୍ରଥମେ ଗୁଗୁଲ୍‌ ଏବଂ ଆପଲ ପରେ ୟୁଟ୍ୟୁବ, ଫେସବୁକ ଏବଂ ଟୁଇଟର ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଅପଲୋଡ ହୋଇଥିବା ନୂତନ ଭିଡିଓ ବିଷୟବସ୍ତୁକୁ ଏହାର ପ୍ଲାଟଫର୍ମରୁ ହଟାଇ ଦେଇଥିଲା। ଏଥିସହ ସେବା ସର୍ତ୍ତାବଳୀ ଉଲ୍ଲଂଘନ ଅଭିଯୋଗରେ ଡୋନାଲ୍ଡ ଟ୍ରମ୍ପଙ୍କ ୟୁଟ୍ୟୁବ୍‌ ଚ୍ୟାନେଲକୁ ସ୍ଥଗିତ ରଖାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share