ୟୁକ୍ରେନ ପାଇଁ ପୁଟିନଙ୍କୁ ଅନୁରୋଧ କଲେ ଟ୍ରମ୍ପ, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୧୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ପ୍ରକାଶ କରିଛନ୍ତି ଯେ ସେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ଏବଂ ୟୁକ୍ରେନୀୟ ସୈନିକଙ୍କ ଜୀବନ ରକ୍ଷା କରିବା ବିଷୟରେ ଆଲୋଚନା କରିଛନ୍ତି। ଟ୍ରମ୍ପ ତାଙ୍କ ଟ୍ରୁଥଆଉଟ ସୋସିଆଲ ପ୍ଲାଟଫର୍ମରେ ଲେଖିଛନ୍ତି ଯେ ଗୁରୁବାର ପୁଟିନଙ୍କ ସହ ତାଙ୍କର ବହୁତ ଭଲ ଏବଂ ଉପଯୋଗୀ ଆଲୋଚନା ହୋଇଛି।

ସେ କହିଛନ୍ତି , ୟୁକ୍ରେନ ଯୁଦ୍ଧ ଶେଷ ହେବାର ସମ୍ଭାବନା ବୃଦ୍ଧି ପାଉଛି। ହଜାର ହଜାର ୟୁକ୍ରେନୀୟ ସୈନିକ ରୁଷିଆ ସେନା ଦ୍ୱାରା ଘେରି ରହିଛନ୍ତି ଏବଂ ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ଅଛନ୍ତି। ସେ ପୁଟିନଙ୍କୁ ୟୁକ୍ରେନୀୟ ସୈନିକଙ୍କ ଜୀବନ ରକ୍ଷା କରିବାକୁ ଅନୁରୋଧ କରିଛନ୍ତି।

ଟ୍ରମ୍ପ କହିଛନ୍ତି, ମୁଁ ରାଷ୍ଟ୍ରପତି ପୁଟିନଙ୍କୁ ୟୁକ୍ରେନୀୟ ସୈନିକଙ୍କ ଜୀବନ ବଞ୍ଚାଇବା ପାଇଁ ଦୃଢ଼ ଅନୁରୋଧ କରୁଛି। ଏହା ଏକ ଭୟଙ୍କର ହତ୍ୟାକାଣ୍ଡ ହେବ ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦେଖାଯାଇ ନାହିଁ।

Share