ଅଫିସିଆଲ ଫାଇଲ୍‌ ଲୁଚାଇବା ମାମଲାରେ ଟ୍ରମ୍ପଙ୍କ ଅଡିଓ ଭାଇରାଲ; ଇରାନ ଉପରେ ଆକ୍ରମଣ କରିବା ନେଇ କରୁଥିଲେ ଯୋଜନା

ଓ୍ବାଶିଂଟନ୍‌,୨୮।୬:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨ ମିନିଟର ଅଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଅଫିସିଆଲ ଫାଇଲରେ ଥିବା ତଥ୍ୟକୁ କିଛି ଲୋକଙ୍କ ସହ କଥାବାର୍ତ୍ତା ହେଉଥିବାର ଜାଣିବାକୁ ମିଳିଛି। ଅଡିଓରେ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ଯୋଜନା ବିଷୟରେ ମଧ୍ୟ କଥା ହେଉଛନ୍ତି। ଅଡିଓରେ ଶୁଣିବାକୁ ମିଳୁଛି ଟ୍ରମ୍ପ ଆମେରିକାର ପ୍ରତିରକ୍ଷା ବିଭାଗର ଗୁପ୍ତ ଫାଇଲ ଅର୍ଥାତ୍‌ ପେଣ୍ଟାଗନ୍‌ ବିଷୟରେ କଥା ହେଉଛନ୍ତି। ଏହା ବ୍ୟତୀତ ଟ୍ରମ୍ପ ଅଡିଓରେ ହିଲାରୀ କ୍ଲିଣ୍ଟନଙ୍କ ବ୍ୟକ୍ତିଗତ ଇ-ମେଲକୁ ମଧ୍ୟ ପରିହାସ କରୁଛନ୍ତି।

ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଏହି ଅଡିଓଟି ଜୁଲାଇ ୨୦୨୧ମସିହାର ରେକର୍ଡିଂ ହୋଇଥିଲା। ଯେତେବେଳେ ସେ ତାଙ୍କ ବେଡମିନିଷ୍ଟର ରିସର୍ଟରେ ଏକ ସାକ୍ଷାତକାର ଦେଉଥିଲେ। ସାକ୍ଷାତକାର ସମୟରେ ସେଠାରେ ଜଣେ ଲେଖକ, ପ୍ରକାଶକ ଏବଂ ଦୁଇଜଣ କର୍ମଚାରୀ ଉପସ୍ଥିତ ଥିଲେ। ଅଡିଓରେ ଟ୍ରମ୍ପ କହିଛନ୍ତି ଯେ, ସେ ରାଷ୍ଟ୍ରପତି ଥିବା ସମୟରେ ଏହି ଫାଇଲଗୁଡ଼ିକୁ ଡି-କ୍ଲାସିଫାଏ କରିଥାନ୍ତେ, କିନ୍ତୁ ବର୍ତ୍ତମାନ ଏହା ତାଙ୍କ ହାତରେ ନାହିଁ। ଗୁପ୍ତ ଫାଇଲକୁ ଘରେ ଲୁଚାଇବାକୁ ନେଇ ଟ୍ରମ୍ପଙ୍କ ବିରୋଧରେ ୩୭ଟି ଆପରାଧିକ ମାମଲା ଦାୟର କରାଯାଇଛି।

Share