ମାତ୍ର ୧୫ ମିନିଟ୍‌ରେ କରୋନାକୁ ହରାଇଥିଲେ ପୁଅ: ଟ୍ରମ୍ପ

ନ୍ୟୁୟର୍କ,୨୮।୧୦: ଆସନ୍ତା ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ପ୍ରଚାର ଜୋରଦାର ଚାଲିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ରାଲିରେ ଦାବି କରିଛନ୍ତି ଯେ ତାଙ୍କ ପୁଅ ବାରୋନ ମାତ୍ର ୧୫ ମିନିଟରେ ବିପଜ୍ଜନକ କରୋନା ସହ ଲଢି ଜିତିଛନ୍ତି। ପେନସିଲଭାନିଆର ମାଟିନ୍ସବର୍ଗରେ ଏକ ରାଲିରେ ଯୋଗ ଦେଇ ଡୋନାଲ୍ଡ ଟ୍ରମ୍ପ ଏହି ମନ୍ତବ୍ୟ ଦେଇଛନ୍ତି। ରାଲିରେ ପୁଅର ରୋଗ ପ୍ରତିରୋଧ କ୍ଷମତା ବିଷୟରେ ଉଲ୍ଲେଖ କରିବାକୁ ଯାଇ ଟ୍ରମ୍ପ କହିଛନ୍ତି ଯେ, ଡାକ୍ତର ପ୍ରଥମେ ବାରୋନଙ୍କ କରୋନା ପଜିଟିଭ ଥିବା ସୂଚନା ଦେଇଥିଲେ। କିନ୍ତୁ ୧୫ ମିନିଟ ପରେ ପୁନର୍ବାର ତାଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରିବାରୁ ଡାକ୍ତର କହିଥିଲେ ଯେ, ବାରୋନଙ୍କ ଶରୀରରୁ କରୋନା ଭୂତାଣୁ ଚାଲିଯାଇଛି। ଟ୍ରମ୍ପ କହିଛନ୍ତି ଯେ ଏହା ଆମ ପାଇଁ ଆଶ୍ଚର୍ଯ୍ୟଜନକ ଘଟଣା ଥିଲା। ଏହାସହ ଆମେରିକାରେ ସ୍କୁଲ ଖୋଲିବା ନେଇ ବିଚାର କରୁଥିବା ସେ କହିଛନ୍ତି।

Share