ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଝଟକା

ଓ୍ବାଶିଂଟନ୍‌,୧୯।୮: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ ବଢିବାରେ ଲାଗିଛି। ଟ୍ରମ୍ପ ନିର୍ବାଚନ ଫଳାଫଳ ମାମଲାରେ ଫୁଲଟନ କାଉଣ୍ଟି ଜେଲରେ ଆସନ୍ତା ସପ୍ତାହରେ ଆତ୍ମସମର୍ପଣ କରିପାରନ୍ତି। ରାଜ୍ୟରେ ୨୦୨୦ ନିର୍ବାଚନରେ ତାଙ୍କ ପରାଜୟକୁ ବେଆଇନ ଭାବେ ପ୍ରତ୍ୟାହାର କରିବାକୁ ଷଡଯନ୍ତ୍ର କରିଥିବା ନେଇ ଡୋନାଲ୍ଡ ଟ୍ରମ୍ପ ଏବଂ ଅନ୍ୟ ୧୮ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ହୋଇଛି। ସୋମବାର ଏହି ମାମଲାରେ ଚାର୍ଜଶିଟ କରାଯାଇଥିଲା ଏବଂ ଅଗଷ୍ଟ ୨୫ସୁଦ୍ଧା ଟ୍ରମ୍ପଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share