ଜର୍ଜିଆ ନିର୍ବାଚନ ଘୋଟାଲା ମାମଲାରେ ଗୁରୁବାର ଆତ୍ମସମର୍ପଣ କରିବେ ଟ୍ରମ୍ଫ, କହିଲେ ଗିରଫ ହେବାକୁ ଯାଉଛି

ଓ୍ବାଶିଂଟନ,୨୨।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଜର୍ଜିଆ ନିର୍ବାଚନ ଘୋଟାଲା ମାମଲାରେ ଗୁରୁବାର ଆତ୍ମସମର୍ପଣ କରିବେ। ସୋମବାର ଟ୍ରମ୍ପ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ତାଙ୍କୁ ବାମପନ୍ଥୀ ଜିଲା ଆଟର୍ନି ଫନି ୱିଲିସ ଗିରଫ କରିବେ। ସୂଚନାଯୋଗ୍ୟ, ଗତ ସପ୍ତାହରେ ଡୋନାଲ୍ଡ ଟ୍ରମ୍ଫ ଏବଂ ଅନ୍ୟ ୧୮ ଜଣଙ୍କ ବିରୋଧରେ ଜର୍ଜିଆ ନିର୍ବାଚନରେ ଟାମ୍ପରିଂ ଏବଂ ନିର୍ବାଚନ ଫଳାଫଳକୁ ଅଗ୍ରାହ୍ୟ କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି।
ଜର୍ଜିଆରେ ତାଙ୍କର ୨୦୨୦ ନିର୍ବାଚନରେ ପରାଜୟକୁ ହଟାଇବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗରେ ଡୋନାଲ୍ଡ ଟ୍ରମ୍ଫଙ୍କୁ ୧୨ ଟି ଠକେଇ, ଅପରାଧୀ ଏବଂ ଦୋଷୀ ଆଦି ଅଭିଯୋଗ ଲଗାଯାଇଛି। ଟ୍ରମ୍ପଙ୍କ ସହ ତାଙ୍କ ପୂର୍ବତନ ଓକିଲ ରୁଡୋଲ୍ଫ ଗିଉଲିଆନି ଏବଂ ହ୍ବାଇଟ ହାଉସର ପୂର୍ବତନ କର୍ମଚାରୀ ମାର୍କ ମେଡୋସଙ୍କ ସମେତ ଅନ୍ୟ 18 ଜଣ ମଧ୍ୟ ଏହି ଜାଲିଆତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଟ୍ରମ୍ପଙ୍କୁ ୨ଲକ୍ଷ ଡଲାରର ବଣ୍ଡ ଦେବାକୁ ପଡିବ। ଫୁଲଟନ କାଉଣ୍ଟିର ସରିଫ କାର୍ଯ୍ୟାଳୟ କହିଛି ଯେ ଟ୍ରମ୍ପଙ୍କ ଆତ୍ମସମର୍ପଣକୁ ଦୃଷ୍ଟିରେ ରଖି କାଉଣ୍ଟି ଜେଲ ପରିସରରେ ଲୋକଙ୍କ ଗତିବିଧି ବନ୍ଦ ହୋଇଯିବ ଯାହା ଦ୍ୱାରା ଆଇନ ଶୃଙ୍ଖଳା ପରିସ୍ଥିତିରେ କୌଣସି ସମସ୍ୟା ଉପୁଜିବ ନାହିଁ।

Share