ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବଡ଼ ଭବିଷ୍ୟବାଣୀ କରିଦେଲେ ଟ୍ରମ୍ପ, କମଲା ହାରିସଙ୍କୁ ନେଇ କହିଲେ…

ଓ୍ବାଶିଂଟନ୍‌,୩୧।୮: ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ପୂର୍ବରୁ ଏକ ସାକ୍ଷାତକାରରେ କମଲା ହାରିସ ତାଙ୍କ ନୀତି ବିଷୟରେ ଖୋଲାଖୋଲି କହିଥିଲେ। ଏହି ସମୟରେ ସେ ତାଙ୍କ ନୀତିରେ ଆସିଥିବା ପରିବର୍ତ୍ତନ ଉପରେ ମଧ୍ୟ ଜବାବ ଦେଇଥିଲେ। ତାଙ୍କର ଏହି ସାକ୍ଷାତକାରକୁ ବର୍ତ୍ତମାନ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଲାଗୁନାହିଁ ଯେ ସେ ଆମେରିକାର ବିରୋଧୀଙ୍କୁ ସମ୍ଭାଳି ପାରିବେ।

କମଲା ହାରିସଙ୍କୁ ଟାର୍ଗେଟ କରି ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, କ’ଣ ଆପଣ କମଲା ହାରିସଙ୍କ ଭିଡିଓ ଦେଖିଛନ୍ତି? ଆପଣ ଭାବୁଛନ୍ତି ସେ ଆମେରିକାର ବିରୋଧୀମାନଙ୍କୁ ସମ୍ଭାଳି ପାରିବେ? ମୁଁ ସେପରି ଭାବୁନାହିଁ । ଆପଣଙ୍କୁ ଲାଗୁଛି କି ରୁଷିଆ, ଚାଇନା ଏବଂ ଉତ୍ତର କୋରିଆ ବିରୁଦ୍ଧରେ ଦେଶକୁ ସମ୍ଭାଳିପାରିବେ?

ଏକ ଜନ ସମାବେଶକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି, ଯଦି ସେ କ୍ଷମତାକୁ ଆସନ୍ତି ତେବେ ସେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବେ ଏବଂ ଦେଶକୁ ଉନ୍ନତ କରିବେ, ଦୁର୍ନୀତି ହଟାଇବେ ଏବଂ ଅଭିବ୍ୟକ୍ତିର ସ୍ବାଧୀନତା ମଧ୍ୟ ରକ୍ଷା କରିବେ।

Share