ମିଛ ଧରାପଡିବାରୁ ରାଷ୍ଟ୍ରପତି ନେଲେ ଏମିତି ନିଷ୍ପତ୍ତି

ନ୍ୟୁୟର୍କ,୧୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ମଥ୍ୟା ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଥାନ୍ତି। ଗତ ରବିବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଜଣେ ରିପୋର୍ଟର ଟ୍ରମ୍ପଙ୍କ ମିଥ୍ୟା ଧରିଦେବାରୁ ରାଷ୍ଟ୍ରପତି ଅଧାରୁ ପଳାଇ ଯାଇଥିଲେ। ନ୍ୟୁଜର୍ସିର ଗଲ୍ଫ କ୍ଲବରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଟ୍ରମ୍ପ ନିଜ ମତ ରଖୁଥିଲେ। ଏହି ସମୟରେ ଜଣେ ରିପୋର୍ଟର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ କାର୍ଯ୍ୟକାଳରେ ପାରିତ ହୋଇଥିବା ଏକ ହେଲ୍‌ଥ୍‌ କେୟାର ପ୍ରୋଗ୍ରାମକୁ ନିଜ ଉପଲବ୍ଧି ବାରମ୍ଭା କହିବାକୁ ନେଇ ଟ୍ରମ୍ପଙ୍କୁ ପ୍ରଶ୍ନ କରିଥିଲେ। ଏଥିରେ ରାଗିଯାଇ ଅଧାରୁ ସମ୍ମିଳନୀ ଛାଡି ପଳାଇଥିଲେ। ରିପୋର୍ଟ ମୁତାବକ ଏହି ପ୍ରୋଗ୍ରାମକୁ ନେଇ ଟ୍ରମ୍ପ ୧୫୦ରୁ ଅଧିକ ଥର ମିଛ କହିସାରିଲେଣି।

Share