ଗୋପନୀୟ ଡକ୍ୟୁମେଣ୍ଟ ମାମଲାରେ କୋର୍ଟରେ ହାଜର ହେବେ ଟ୍ରମ୍ଫ

ଓ୍ବାଶିଂଟନ,୧୩।୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ହ୍ବାଇଟ ହାଉସରୁ ତାଙ୍କ ବାସଭବନକୁ ଗୋପନୀୟ ଡକ୍ୟୁମେଣ୍ଟ ସ୍ଥାନାନ୍ତର ଅଭିଯୋଗର ସମ୍ମୁଖୀନ ହୋଇ ସୋମବାର ମିଆମିରେ ପହଞ୍ଚିଛନ୍ତି। ଆମେରିକା ରାଷ୍ଟ୍ରପତି ଗୋଟିଏ ପରେ ଗୋଟିଏ ଅନେକ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ, ଡୋନାଲ୍ଡ ଟ୍ରମ୍ଫ ଏହି ଅଭିଯୋଗଗୁଡ଼ିକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହୁଛନ୍ତି।
ଗୋପନୀୟ ଡକ୍ୟୁମେଣ୍ଟ ଫେରସ୍ତ ନ କରିବାରୁ ଟ୍ରମ୍ପ ମଙ୍ଗଳବାର ମିଆମି କୋର୍ଟରେ ହାଜର ହେବାର କାର୍ଯ୍ୟକ୍ରମ ରହିଛି। ୨୦୨୧ରେ, ରାଷ୍ଟ୍ରପତି ପଦ ଛାଡିବା ପରେ ସେ ଫ୍ଲୋରିଡାସ୍ଥିତ ତାଙ୍କ ସମୁଦ୍ରକୂଳ ମହଲକୁ ଚାଲି ଆସିଥିଲେ। ଅଭିଯୋଗ ହୋଇଛି ଯେ ସେ ହ୍ବାଇଟ ହାଉସର ଅନେକ ଗୋପନୀୟ ଡକ୍ୟୁମେଣ୍ଟ ନେଇ ଫ୍ଲୋରିଡା ଯାଇଥିଲେ।

Share