କରୋନାରେ ପୀଡ଼ିତ ହୋଇଥିଲେ ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ: ଲୁଚାଇ ରଖାଯାଇଥିଲା ଖବର

ୱାଶିଂଟନ,୧୫ ।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ବେରେନ ଟ୍ରମ୍ପ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି । ଯଦିଓ ଏବେ ସେ ସୁସ୍ଥ ହୋଇ ଯାଇଛନ୍ତି କିନ୍ତୁ ସେ କରୋନାରେ ପୀଡ଼ିତ ହୋଇଥିବା କଥାକୁ ପ୍ରଥମେ ଲୁଚାଇ ରଖାଯାଇଥିଲା । ବୁଧବାର ଆମେରିକାର ଫାଷ୍ଟ ଲେଡି ତଥା ଟ୍ରମ୍ପଙ୍କ ଧର୍ମପତ୍ନୀ ମେଲାନିୟା ଟ୍ରମ୍ପ କହିଥିଲେ ତାଙ୍କ ୧୪ ବର୍ଷର ପୁଅ ବେରେନ କରୋନାରେ ଆକ୍ରାନ୍ତ ହୋଇଥିଲେ । ସୂଚନାଯୋଗ୍ୟ, ପ୍ରଥମେ ଯେତେବେଳେ ଟ୍ରମ୍ପ ଓ ତାଙ୍କ ଧର୍ମପତ୍ନୀ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଥିଲା ସେତେବେଳେ ତାଙ୍କ ପୁଅ ବେରେନଙ୍କ ରିପୋର୍ଟ ନେଗେଟିଭ ଆସିଥିବା କୁହାଯାଇଥିଲା । ହେଲେ ସେତେବେଳେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ହେଲେ ଏବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଯାଇଛି । ତେଣୁ ଏଥିରୁ ଜଣାପଡିଛି ଟ୍ରମ୍ପଙ୍କ ପରିବାରର ୩ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ ।

Share