Categories: ଫୁରସତ

ଅନ୍‌ପିୟୋଙ୍ଗ-ରି’କୁ ୧୦୦ ମିଲିୟନ୍‌ ଡଲାର ଦାନ

ସିଓଲ: ଯଦି କେହି ବ୍ୟକ୍ତି ଲୋକଙ୍କ ପାଇଁ କିଛି ଭଲ କାମ କରିଥାଏ, ତେବେ ତାଙ୍କୁ ଲୋକେ ମନେରଖିଥା’ନ୍ତି। ନିକଟରେ ଜଣେ ଧନୀ ବ୍ୟକ୍ତି ଲୋକଙ୍କ ପାଇଁ ଏପରି କିଛି କରିଛନ୍ତି। ଦକ୍ଷିଣ କୋରିଆର ଏକ ଛୋଟ ଗଁାରୁ ଆସିଥିବା ଜଣେ ପ୍ରପର୍ଟି ଡେଭେଲପର କମ୍ପାନୀ ବୁୟଙ୍ଗର ୮୨ ବର୍ଷୀୟ ଚେୟାରମ୍ୟାନ ଲି ଜନ୍‌ କ୍ୟୁନ୍‌ ଏକ ଛୋଟ ଗଁା ସନ୍‌ଚିଅନ୍‌ର ଅନ୍‌ପିୟୋଙ୍ଗ-ରି ପାଇଁ କୋଟି କୋଟି ଟଙ୍କା ଦାନ କରିଛନ୍ତି। ଗଁାରେ ଥିବା ୨୮୦ ପରିବାର ଓ ସ୍କୁଲର ପୁରାତନ ଛାତ୍ରଙ୍କୁ ମିଶାଇ ମୋଟ ୧୦୦ ମିଲିୟନ୍‌ ଡଲାର ଅର୍ଥାତ୍‌ ୮୨ ହଜାର ୫୨୮ କୋଟି ଟଙ୍କା ଦେଇଛନ୍ତି। ଏଥିସହ ଛାତ୍ରଙ୍କୁ ଇତିହାସ ବହି ଏବଂ ଟୁଲ ସେଟ୍‌ ମଧ୍ୟ ବଣ୍ଟାଯାଇଛି। କମ୍ପାନୀ କହିଛି, ଏହି ଟଙ୍କା ଲୋକଙ୍କୁ ଆଭାରି ଜଣାଇବା ପାଇଁ ଦିଆଯାଇଛି। ୧୯୪୧ରେ ଲି ଏହି ଗଁାରେ ଜନ୍ମ ହୋଇଥିଲେ। ୧୯୭୦ରେ ସେ ରିୟଲ ଇଷ୍ଟେଟ୍‌ ଡେଭଲପର ଭାବେ କାମ କରିବା ଆରମ୍ଭ କରିଥିଲେ। ଆଜିର ସମୟରେ ତାଙ୍କର ମୋଟ ସମ୍ପତ୍ତି ହେଉଛି ୧.୩୧ ଲକ୍ଷ କୋଟି। ଲି କୋରିଆର ଟପ୍‌ ୩୦ ଲୋକଙ୍କ ମଧ୍ୟରେ ରହିଛନ୍ତି। ଟ୍ୟାକ୍ସ ଚୋରି ଏବଂ ଲୁଣ୍ଠନ ମାମଲାରେ ସେ ୨୦୦୪ ଏବଂ ୨୦୦୮ରେ ଜେଲ ମଧ୍ୟ ଯାଇଛନ୍ତି। ଗତ ମାସରେ ତାଙ୍କ କମ୍ପାନୀ କୋରିଆ ଏୟାରଫୋର୍ସକୁ ୬୨ କୋଟି ୭୨ ଲକ୍ଷ ୨୧ ହଜାର ଟଙ୍କା ଦାନ କରିଛନ୍ତି।

Share